STORYMIRROR

Swati Mohapatra

Inspirational Others

3  

Swati Mohapatra

Inspirational Others

ତଥାପି

ତଥାପି

1 min
225

ମୁଁ କବି ନୁହଁ କି ଲେଖିକା ବି ନୁହଁ

   ତଥାପି  ଲେଖୁଛି,

ଏଣୁ  ତେଣୁ  କିଛି,

   ମନର ହୃଦୟର

ଭାବନାର  କଥା

 କେହି ଜଣେ କହିଥିଲେ ବୋଲି,

ମୋ'ର ସୁର ନାହିଁ କି ତାଳ ନାହିଁ

   ଗାୟିକା ବି ନୁହଁ

   ତଥାପି ଗାଉଛି

ବ୍ୟଥାରେ ବେଦନାରେ ଆତୁରରେ

ତମେ କେବେ ଶୁଣୁ ଥିଲ ବୋଲି,

ମୁଁ ନାୟିକା ନୁହଁ କି ନର୍ତ୍ତକୀ ବି ନୁହଁ

   ତଥାପି ନାଚୁଛି

ତମ ଅଧୁରା ଦାୟିତ୍ଵର କର୍ତ୍ତବ୍ୟର 

   ରଙ୍ଗ ମଞ୍ଚ ପରେ,

ମୁଁ ପ୍ରେମିକା ନୁହଁ କି ଗଣିକା ବି ନୁହଁ

  ତଥାପି ଜଳୁଛି

ସନ୍ତାପରେ ବିରହରେ ପ୍ରତିକ୍ଷାରେ

ତମକୁ ଏତେ ବେଶୀ ଭଲପାଏ ବୋଲି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Swati Mohapatra

Similar oriya poem from Inspirational