ସମୀକ୍ଷା
ସମୀକ୍ଷା
1 min
559
ତୋଫା ଗୋରା ଜହ୍ନ ମାମୁଁ
ମୁଚୁକିିିଣି ହସି ଦେଲେ
ମୋ ମନର ବସନ୍ତଟା
ଶବ ହୋଇ ଝୁଲି ପଡେ
ଆକାଶ କାନ୍ଧରେ,
ମୋ ବିଶ୍ଵାସ ଧୂର୍ତ୍ତ ନେଉଳଟେ ପରି
ଦୁଧ ଭାତ ଫାଙ୍କି ଦେଇ ଗଲା ପରେ
ମୁଁ ଖୋଜେ ବସନ୍ତର
ଚିର ସହଚର କୋଇଲିକୁ,
କିନ୍ତୁ କୋଇଲି ତ
ଗୀତ ଗାଏ ନାହିଁ
ତା ବୀଣାର ତାର ସବୁ ଛିଣ୍ଡି ଯାଏ
ଅଚାନକ ବସନ୍ତର
ଅଘଟଣ ମୃତ୍ୟୁ ପରେ....।
