STORYMIRROR

Swati Mohapatra

Others

2  

Swati Mohapatra

Others

ବିଶ୍ଳେଷଣ

ବିଶ୍ଳେଷଣ

1 min
436


ସମୟର ଅନ୍ତିମ ପାଖୁଡ଼ା
ହାତମୁଠାରୁ ଖସି ଗଲେ
ମୃତ୍ୟୁ ଠୁ ବି ମର୍ମନ୍ତୁଦ ଲାଗେ
ଆଖି ତଳ ଭୟ,
କେଜାଣି କେଵେ ଠୁ
ଛାତି ତଳେ ଦଵି ଥିବା
ଅକୁହା କାହାଣୀ ମାନେ
ଲେସି ହୋଇ ଗଲେ
ଅନ୍ଧାରର ଅବାଞ୍ଛିତ ଛାଇ ପରି,
ମୁଁ କାହାର ନୁହଁ
ମୋର ବି ନୁହଁ
ବିଶ୍ଵାସ ଅବିଶ୍ୱାସର
ସ୍ବାର୍ଥ ନା ନିଃସ୍ଵାର୍ଥର
ଅଥବା ସାଉଣ୍ଟୁ ଥିବା
ବିଶ୍ଳେଷିତ ପ୍ରଶ୍ନବାଚୀଟିଏ...


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Swati Mohapatra