STORYMIRROR

Mamata Bebarta Pattnaik

Fantasy Others

4  

Mamata Bebarta Pattnaik

Fantasy Others

ସୃଜନର ସ୍ୱର

ସୃଜନର ସ୍ୱର

1 min
113

ସୃଜନର ସ୍ୱର ନେଇ ଆସିଛି ଆଷାଢ଼,

ପ୍ରକୃତି ପ୍ରାଙ୍ଗଣେ ଆଜି ଉଲ୍ଲସିତ ପ୍ରାଣ।

ବନ୍ଧୁତାର ବନ୍ଧନରେ ବନ୍ଧା ବସୁନ୍ଧରା,

ସେଲାଗି ଆକାଶ ଢାଳେ ପ୍ରୀତିର ମଦିରା।

ସଙ୍ଗୀତର ସୁରେ ସୁରେ ମୁଗ୍ଧ ଏବେ ଧରା,

ସମ୍ପର୍କ ସୂତ୍ରରେ ଆସ ଗୁନ୍ଥିବା ଗଜରା ।

ମହମହ ବାସିଲାଣି ବଗିଚାରେ ମଲ୍ଲି,

ଭିଜାଦେହେ ଟଗରବି ହସେ ଖିଲିଖିଲି।

ଲଦିହେଇ ନେନ୍ଥାନେନ୍ଥା କେତେଯେ ମନ୍ଦାର

ବର୍ଷା ଆବାହନ ପାଇଁ ଉଚ୍ଚାରେ ମନ୍ତର।

ଗୋଲାପ ତ' ସ୍ବପମୟୀ ଭିଜେ କି ଆବେଶେ,

ମଧୁମାଳତୀ ତ ତାର ବଧୁ ବେଶେ ହସେ।

ହଳଦୀ ଦେଇଛି ବୁଣି ରାଧାଚୁଡା କେତେ,

ବଉଳ ବିତରେ ବାସ୍ନା ଆହା କି ଉସତେ।

ପେନ୍ଥା ପେନ୍ଥା କରବିର ନାଚନ୍ତି ଆନନ୍ଦେ,

ବର୍ଷା ସାଥେ କଥାହୁଏ କନିଅର କେତେ।

ସ୍ୱାଗତ ସଙ୍ଗୀତ ଗାଇ ହସେ କୃଷ୍ଣଚୁଡା,

ଧରଣୀକୁ ସଜାଇଛି ଵିଞ୍ଚିଛି ପାଖୁଡ଼ା।

ସରଳ ସଦାବିହାରି ଲୋଟିଯାଏ ହସି

ବାଜା ରୋଷଣୀ ଲଗାଇ ଆଷଢ଼ ଆସୁଛି।

ଫୁଲଙ୍କ ସଭାବସିଛି ବନ କାନନରେ,

ବିଭୋର ସକଳ ପ୍ରାଣୀ ଆପଣା ଭାବରେ।

କ୍ଳାନ୍ତ ପୃଥିବୀ ସତେ ଲଭେ ଉପସମ,

ସବୁଜ ସଙ୍କେତ ଦେଇ ପାଳିବ ଉତ୍ସବ।

ଏମାୟା ବନ୍ଧନ ସତେ ମୁଗ୍ଧକରେ ମତେ,

ବାରମ୍ବାର ଜନ୍ମବି ମୁଁ ଏ ପୂଣ୍ୟ ମରତେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy