STORYMIRROR

Jesu christ Muduli

Abstract

2  

Jesu christ Muduli

Abstract

ସଂଖ୍ୟାରେ ଦୁହେଁ

ସଂଖ୍ୟାରେ ଦୁହେଁ

1 min
368

ଗୋଟିଏ ଦିନ

ଗୋଟିଏ ଅକ୍ଷରୁ (ସୁ) ଜାତ ହେଲେ

ବୀର ଦୁଇ ମହାନ

ତିନି ଅକ୍ଷରେ ଗଢା ଦୁହିଁଙ୍କ ନାମ

ଦେଶ ଜାତି ପାଇଁ 

ପ୍ରାଣ ବଳିଦେଇ 

ତିନି ଲୋକରେ ରଖିଲେ ନାମ

ଚାରି ଦିଗେ ବୁଣା ତାଙ୍କ ସୁକର୍ମ

ଦେଶ ପ୍ରେମ ମହକ 

ବୁହାଇ ରଚିଲେ

ଚାରି ଯୁଗ ପାଇଁ ତାଙ୍କରି ମାନ

ପଞ୍ଚ ତତ୍ତ୍ୱ ଗାଉ ତାଙ୍କ ସୁଗୁଣ

ମା ଭାରତୀର 

ସେବା କରି ଦୁହେଁ

ପଞ୍ଚଭୂତେ ଦେହ କରିଲେ ଲୀନ

ଷଡ ରିପୁ ପାଖ ମାଡିନି ଜାଣ

ସ୍ବାର୍ଥ କୁ ଆହୂତି 

ପାରିଛନ୍ତି ବୋଲି

ଷଡ ଋତୁ ଗାଏ ଦୁହିଁଙ୍କ ଗୁଣ

ସାତ ଦୀପ ଜାଳି

ସାତ ବାର ଆଉ ସାତ ଜନ୍ମ ପାଇଁ

ଆମେ କରୁଥିବୁ ଶ୍ରଦ୍ଧା ଅର୍ପଣ

ଅଷ୍ଟମ ଆଶ୍ଚର୍ଯ୍ୟ

ନଅ ଟି ଗ୍ରହରେ ହେଉ

ଦୁହିଁଙ୍କ ନାମ ଚଳନ

ହେ ବୀର ବରେଣ୍ୟ, ସିଂହ ସନ୍ତାନ

ତୁମ ଦୁହିଁଙ୍କ ନାମ

ଦଶ ଦିଗୁ ହେଉ ଗୁଣ କୀର୍ତ୍ତନ

ଗୁଣ ଜୟଗାନ

ହେ ଭାରତୀ ନନ୍ଦନ

ତୁମେ ଗଢିଥିବା ଦେଶ

ଆଉ ଦେଖିଥିବା ସ୍ବପ୍ନ

କେତେ ହେଇଛି ପୂରଣ

ଥରେ ଆସି ଦେଖି ଯାଅ

ଆମରି କଷଣ

ଭାରତ ମା ର କ୍ରନ୍ଦନ

ଦୁଃଖ ଲାଗେ

ରଖି ପାରିଲୁନି ଆମ୍ଭର ବଚନ

ତେଣୁ,

ଦଶ ଦୋଷ ଆମ୍ଭ 

ହେଉ କ୍ଷମଣୀୟ  

ଏତିକି ଆମ୍ଭ ନିବେଦନ


రచనకు రేటింగ్ ఇవ్వండి
లాగిన్

Similar oriya poem from Abstract