STORYMIRROR

Niladri Ranjan

Abstract

2  

Niladri Ranjan

Abstract

ସନ୍ଧ୍ୟା କେବେ କେମିତି

ସନ୍ଧ୍ୟା କେବେ କେମିତି

1 min
135

ସଞ୍ଜ ଆଳତିରୁ

ସୌଭାଗ୍ୟ ଯାଏଁ

ସନ୍ଧ୍ୟା ଜୀବନର ସୁତାଖିଏ 

କଥା କଳ୍ପନାର 

କାହାଣୀ ପେଡିରୁ

ବୋଲକରା ହୁଁ ଟିଏ

ନଇ ତୁଠେ ସନ୍ଧ୍ୟା 

ଲାଜେଇ କାମିନୀ,

ସାଙ୍ଗ ସାଥିଙ୍କର ମୋହ

କେବେ ସେ କୁହୁକ

ବାରଙ୍ଗନା କୋଳେ

ଆଉଜା ପିଠିର ଦେହ

ଚୋରା ପୀରତିର

କଦମ୍ବ ବନରେ

ସଞ୍ଜ କେବେକେବେ ରାଇ

କେବେ ସମ୍ମୋହନ

କେବେ ଉଚ୍ଚାଟନ

ଉଜାଣି ଯମୁନା ଥୋଇ

ଓଠେ ଆସେ ସନ୍ଧ୍ୟା

ଚୁମ୍ବନ ଭିଡରେ

ଅନ୍ତର ଗୀତିକା ଗାଇ

ଅଭିମାନେ ସନ୍ଧ୍ୟା

ଅନ୍ତର ଦହନ

ବିଚିତ୍ର ବାହକ ହୋଇ

ସନ୍ଧ୍ୟା କେତେବେଳେ

ରାଗ ପୁରବୀର

ମଧୁର ମୂର୍ଚ୍ଛନା ସ୍ୱର

କେବେ ପୁଣି ସନ୍ଧ୍ୟା

ଅମୃତ ତୃଷ୍ଣା

ମିଠା ଜହରର ଧାର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract