ସମୟ ର ଗୀତ
ସମୟ ର ଗୀତ
ସବୁ ଦିନେ ଥିବ କି
ସୁନା ଲତିକାର ଦାଉ ଦାଉ ଦିହ
ସବୁ ଦିନେ ଭାଂଗୁ ଥିବ କି ଯଉବନର ସୁଅ
କେତେ କାଳ ରହି ଥିବ
ତମର ଏ ଦେହେ ବସନ୍ତର ସ୍ପର୍ଶ !
ତମ ଆଖିର ନୀଳ ଆକାଶେ
ଦିନେ ଝଡ଼ ଆସିବ
ପାଚିଲା ଡାଳିମ୍ବ ଭଳି ଫାଟି ଯିବ
ତମ ନମନୀୟ ତନୁର କମନୀୟତା ।
ଦେହର ନଈ ଶୁଖି ଯିବ
ସମୟର ପ୍ରଚଣ୍ଡ ଗ୍ରୀଷ୍ମରେ
ଓଠ ରୁ ଝରି ଯିବ ଲାଲିମାର
ଗୋଲାପ ପାଖୁଡ଼ା ।
ଋତୁପୁର୍ବା ! କେତେ କାଳ ବହୁ ଥିବ
ତମ କଳା ଭଉଁରୀ କେଶର ଝରଣା !
ତମ ମୁହଁ ଜହ୍ନରେ
ଘୋଟି ଆସିବ ଅମାବାସ୍ୟା ॥

