Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Krishna Mishra

Classics

3  

Krishna Mishra

Classics

ସ୍ମୃତିର ମଳୟ

ସ୍ମୃତିର ମଳୟ

1 min
190


ହେ ପ୍ରବାସୀ

ଶୂନ୍ୟ ହୃଦୟରେ ମୋ,

କେମିତିକା ପ୍ରବେଶ କଲ

ଏହା ଈଶ୍ବରୀୟ କୃପା

ଅବା ଭ୍ରମ, ଅନ୍ତଶ୍ଚେତନାର ।


ହେଲେ, 

ଏଇ ଅଲୌକିକ ବ୍ୟାପାରରେ

ପଥହରା ହେବା ବିଧିର ବିଧାନ

ଆଉ ମୁଁ

ତୁମର କ୍ଷଣିକ ସ୍ଥିତିକୁ

ଅମୂଲ୍ୟ ସମ୍ପଦ ସରି କରୁଛି ଯତନ ।


କେହି ନିଶାଚର ଚୋରାଇ ନ ନେଉ

ସ୍ବୟଂ ର ଛାୟାଠୁ ଦୂରେଇ ରଖିଛି

ଯେଉଁଠି କେବଳ, ଶାନ୍ତ, ସୋମ୍ୟ, ଶୁଭ୍ର ଆଲୋକର ଧାରା ବହୁଛି

ସ୍ମୃତିର ଏଇ ମଳୟରେ,

ତୁମରି ଚେତନାର କଳିକା

ମହକି ଯାଉଛି ।


Rate this content
Log in

Similar oriya poem from Classics