STORYMIRROR

Shibangi Giri

Abstract Inspirational

3  

Shibangi Giri

Abstract Inspirational

ସ୍ମୃତି ପୁରା

ସ୍ମୃତି ପୁରା

1 min
245

ପ୍ରବେଶ କରି ଅଛି, 

ଆଜି ମୁହିଁ ସ୍ମୃତି ପୁରା ଠାରେ I

ଦିନେ ଭୁଲି ଯାଇଥିଲି ଯାହାକୁ,  

ମାରୁ ଅଛି ଉଙ୍କି ମନ ମଧ୍ୟରେ I

ହୃଦୟ ସଂଦୂକ ସାଇତି ରଖି, 

ଆଜି ସଜଡ଼ିଅଛି ସେହି ଅଭୁଲା ସ୍ମୃତି I

ହୃଦୟ ଜିଣି ବହି ଯାଇଛି, 

ଅଶ୍ରୁ ଧାରା ମୋର ନୟନୁଁ I

କିଛି ଦୁଃଖ ର କିଛି ସୁଖ ର 

କିନ୍ତୁ ଅତି ଅଭୁଲା ଅତି ଆପଣାର I

ଜୀବନ ପ୍ରତି ମୁହୁର୍ତରେ, 

ଗଡ଼ିଯାଇଥିଲି ତାହାଙ୍କୁ I

କେତେଯେ କଷ୍ଟ ସମୟେ 

ଯୋଡି ରଖିଥିଲେ ମନକୁ I

ଆଜି ଭୁଲି ଜାଇ ତାହାଙ୍କୁ, 

ହେଲି କି ଅକୃତଜ୍ଞ ମୁହିଁ I

ସ୍ମୃତି ର ମାଳ ଗୁନ୍ଥି, 

ଗଢି ଥିଲି ମୁହିଁ ସ୍ମୃତି ପୁରା I

ଆଜି ସେହି ସ୍ମୃତି ପୁରା ଠିକୁ,  

ଆସିଛି ମତେ ନିମନ୍ତ୍ରଣ I

ହଜି ଯାଇଛି ଆଜି ମୁହିଁ, 

ମୋର ଜୀବନ ମଧ୍ୟରେ I

ସ୍ମୃତି ପୁରା ଠାରେ ଜାଇ, 

ଶିଖିଅଛି ଆଜି ମୋର ଜୀବନ ଶୈଳୀ I

ମିଳିଯାଇଛି ମତେ ମୋ ଶୀର୍ଷକ, 

ଜାଣିଅଛି ମୁହିଁ ମୋ ଜୀବନ ମୂଲ୍ୟ I 


 


Rate this content
Log in

Similar oriya poem from Abstract