STORYMIRROR

Shibangi Giri

Abstract Children

3  

Shibangi Giri

Abstract Children

ବର୍ଷା

ବର୍ଷା

1 min
72

ଖୁସି ରେ ନାଚେ ଚାଷୀ, 

ଖୁସି ରେ ନାଚେ ମୟୁର, 

ଫୁଟି ଉଠିଛି କଇଁ ,

ଭରି ଉଠିଛି ନଇଁ.


ହୋଇ ଈଶ୍ବର ପ୍ରସନ୍ନ ଆଜି, 

ଦୁଃଖ ଦୁରେଇ ବାକୁ ହୋଇ ରାଜି, 

ଝରେଇ ଛନ୍ତି ମୋତି ରୂପକ ବିନ୍ଦୁ, 

ଖୁସି ରେ ଭରିଛି ସିନ୍ଧୁ. 


ମେଘ ବରଷେ, 

ମନକୁ ହରଷେ, 

ଛୁଇଁ ସେ ପ୍ରଥମ ବିନ୍ଦୁ ,

ହୃଦୟ ଯେ ହସେ.


ଦୁରେଇ ନିଷ୍ଠୁର ଗ୍ରୀଷ୍ମ ଠାରୁ, 

ଆସିଛି ଶୀତଳ ବର୍ଷା, 

ଦୁରେଇ ସମସ୍ତ କଷ୍ଟ ଠାରୁ, 

ଆସିଛି ଆଜି ମୁଖ ରେ ସୁଖ.


କେବେ ଠୁ ଭୂମି ଅନାଇ, 

ରଖିଛି ମନକୁ ମନାଇ, 

ବରଷିବ ଯେବେ ଆକାଶୁ ଅମୃତ, 

ହେବ ସେ ଯେ କୃତ. 


ଅଛି ଯେ ପୋଖରୀ ଠାରେ ମୀନ, 

ହୋଇ ଅବସ୍ଥା ରେ ହୀନ, 

ଦେଖି ବରସୁଛି ପାଣି, 

ହୃଦୟେ ସୁଖ ଅଛି ଆଣି. 


ଖୁସି ରେ ନାଚେ ବାଳକ, 

ଖୁସି ରେ ନାଚେ ତାର ପାଳକ, 

କାରଣ ଆସିଅଛି ବରଷା, 

କରିବାକୁ ଧରତୀ ଚରଣ ସ୍ପର୍ଶ.


Rate this content
Log in

Similar oriya poem from Abstract