STORYMIRROR

Tripati Pradhan

Abstract

2  

Tripati Pradhan

Abstract

ସ୍ମୃତି ପଟଳରେ ଶୀତ

ସ୍ମୃତି ପଟଳରେ ଶୀତ

1 min
318

ଆସିଲାଣି ଶୀତ ହୋଇ ହସ ହସ

ଦେହକୁ ଥରାଇ ଦେଉଛି

ଗାଁ ପାଳ ନିଆଁ ମେଳ ହୋଇ ପିଆ

ସମୟ ହଜାଇ ଦେଇଛି

ବଳଦ ମେଳରେ ଧନର ଅମଳ

ଯନ୍ତର ଛଡାଇ ନେଇଛି

ଧନ ସରୁନାହିଁ ମଣ୍ଡିଖୋଲା ପାଇଁ

ଚାଷିପୁଅ ଚାହିଁ ରହିଛି

ଧନୁ ସଙ୍କରାନ୍ତି ଗ୍ରାମ ମୁଆ ମୁଡ଼ି

ଫାଆଷ୍ଟ ଫୁଉଡୁ ଲୁଟିଛି

ବାଡ଼ି ପିଲା ଭୋଜି ଚାଉଳର କ୍ଷୀରି

ପିକ ନିକ ଟେକି ନେଇଛି

ଗ୍ରାମ ସଂକୀର୍ତ୍ତନ ପୁରାଣ ପଠନ

ଦୂର ଦରଶନ ଠକିଛି

ଏକ ପରିବାର ପଲ୍ଲୀ ସଂପର୍କର

ରାଜନୀତି ଦଳ ଭାଙ୍ଗିଛି

ଆଧୁନିକ ଯୁଗ ଶ୍ରେଷ୍ଟ ଏ ମଣିଷ

ସ୍ୱାର୍ଥରେ ମାତି ଧାଇଁଛି

ନିଜ ସହାୟକ ଚର୍ତୁପାଶ୍ୱ ପଶୁ

ପକ୍ଷୀ ଉଦ୍ଭିଦକୁ ନାସୁଛି

ପ୍ରଧାନ ମନ୍ତିରି ଆବାସ ଯୋଜନା

ବିଜୁପକାଘର ମିଳୁଛି

ଗ୍ରାମ ଚାଳ ପକା ଘର ଚାଟିଆର

ବଂଶକୁ ନିପାତ କରିଛି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract