STORYMIRROR

Tripati Pradhan

Abstract

2  

Tripati Pradhan

Abstract

ନୂତନ ବରଷ

ନୂତନ ବରଷ

1 min
332

ଭାଇ ,ନୂତନ ବରଷ ସ୍ୱାଗତିବୁ

ଆମେ ,ପୁରାତନ ଟା ଟା ବାଇ ଦେବୁ

ନୂତନ ଉତ୍ସାହ ଉଦ୍ଦୀପନା ଆଣି

ସାରା ବିଶ୍ୱେ ଆମେ ଖେଳାଇବୁ

ଭାଇ, ପୁରାତନ ଦୁଃଖ ଭୁଲି ଯିବୁ

ଆମେ,ଦୁଃଖି ରଙ୍କି ଦୀନ ଜନ ସବୁ

ଅଭାବୀ ବୁଭୁକ୍ଷୁ କ୍ଷୁଦାତୁର ମୁଖେ

ଉଲ୍ଲାସ ଭୋଜନ ଭରିଦେବୁ

ଆମେ, ଭିକାରୀର ମନ ଦୂରେଇବୁ

ଭାଇ, ନୀତି ଦୟା ଧର୍ମ ଆପଣିବୁ

ପି.ସି ଲାଞ୍ଚ ଧନ ସଙ୍କୁଚିତ ମନ

ବାଇ ବାଇ କରି ତଡିଦେବୁ

ଆମେ,ହରିଶ୍ଚନ୍ଦ୍ର ରାଜା ମନ ନେବୁ

ଭାଇ, ସତ୍ୟ ରକ୍ଷା ପାଇଁ ଜଳି ଯିବୁ

ସ୍ୱାର୍ଥରେ ନ ମାତି ବିଶ୍ବହିତେ ମତି

କାୟ ମନ ଧନ ସମର୍ପିବୁ

ଆମେ, ରଘୁ ବଂଶ ରାମ ଚିତ୍ତ ହେବୁ

ଭାଇ,ଗୁରୁ ଜନ କଥା ମାନୁଥିବୁ

ଅନୁଜା ଅନୁଜ ମନରେ ମଉଜ

ଭକ୍ତି ପ୍ରେମ ଭାବ ଜାଗରିବୁ

ଆମେ, ବିଜ୍ଞାନୀ କୈବର୍ତ୍ତ ଜ୍ଞାନ ନେବୁ

ଭାଇ,ବିଜ୍ଞାନରେ ଜ୍ଞାନ ଯୋଡି ଦେବୁ

ତ୍ରିଶଙ୍କୁର ସ୍ଵର୍ଗ ବଳିର ପାତାଳ

ଜ୍ଞାନବଳେ ଖୋଜି ସାଉଁଟିବୁ

ଆମେ,ଗାନ୍ଧୀ ଯୀଶୁ ବୁଦ୍ଧ ମତି ନେବୁ

 ଭାଇ, ଅହିଂସା ,ଧର୍ମ ନୀତି ପ୍ରଚାରିବୁ

ଧରା ଜନ ଦୁଃଖ ଦେଖିଣ ବିମୁଖ

ପ୍ରଯୁକ୍ତି ବିଦ୍ୟାରେ ନାସି ଦେବୁ

ଆମେ,ଲାଲ ବହାଦୁରୁ ବନିଯିବୁ

ଭାଇ,ବିଶ୍ୱେ ଶାନ୍ତି ବାର୍ତ୍ତା ପ୍ରସାରିବୁ

ଯୁଦ୍ଧ ଶେଷ ଦୁଃଖ ଚଣ୍ଡାଶୋକ ମୁଖ

ଯୁଦ୍ଧଖୋର ମନେ ଛୁଆଁ ଇବୁ

ଆମେ,ସଚୋଟକୁ ପୁରସ୍କାର ଦେବୁ

ଭାଇ,ଦୁର୍ନୀତିର ବହିଷ୍କାର ନେବୁ

ଆଳସ୍ୟ ପ୍ରପଞ୍ଚ ଠକ ଭଣ୍ଡ ଚିତ୍ତ

କର୍ମ ସରୋବରେ ବୁଡ଼ାଇବୁ

ଆମେ, କୁଳଦୀପ ଗୁରୁ ରାଜ ହେବୁ

ଭାଇ,ଭର୍ଗିଜ ଭାଟିଆ ସାହସିବୁବ

କ୍ଷମତା ଶାଳୀଙ୍କୁ ଜନହିତ ପ୍ରଶ୍ନ

କରିବା ଭୟକୁ ଭୁଲିଯିବୁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract