ସମ୍ଭାର
ସମ୍ଭାର
ଆଖି ବୁଜିବାର ଠିକ ପରେ ପରେ
ଭାବନାର ସମ୍ଭାର ଆସୁଛି,
ଖୁବ ସୁନ୍ଦର ଭାବେ ସଜେଇ ହୋଇ
ଚାହୁଁଛନ୍ତି ନିଜ ନିଜକୁ,
କୌତୁହଳର ହସଟିକେ ବାଣ୍ଟିକୁଣ୍ଟି
ଚାଲୁଛନ୍ତି ତାଙ୍କର ଗନ୍ତବ୍ୟ ପଥକୁ l
ଲାଗୁଛି ଯେମିତି ଜାବୁଡି ଧରିବି ପ୍ରତି ମୁହୂର୍ତ୍ତକୁ,
ସାଇତି ରଖିବି ପ୍ରତି ଇଲାକାକୁ,
ମନର ଭୂମିକମ୍ଫେ ସମ୍ଭାଳି ଧରିବି
ଭୁଶୁଡି ପଡୁଥିବା ବିରାଟ ଭାବକୁ l
ଅଚାନକ କାହିଁକି, ସମୟର ଗ୍ଲାନି ଓ
ବୟସର ଅତିରିକ୍ତ ଝିନଝଟ
ଯେମିତି ବିଜୁଳିର ଚକମକ
ଆଲୋକ ପରି ସାମନାରେ ବସେ l
ମନ ବିଚଳିତ ହୋଇ ଉଠେ ଓ
ଆଖି ଦୁଇର ଶେଷ ଚେଷ୍ଟା ଯାଏ
ଦୁହେଁ ଦୁହିଁଙ୍କୁ ଚାପି ରଖିବାର
ସକ୍ଷମତା ବି ହାର ମାନିଯାଏ l
ଏବେ, ଆଖି ଖୋଲିଲେ କାହାର ଏକ
ଭୟଙ୍କର ଚିତ୍ରଣ ଯେମିତି ଡରାଇ ଦେଉଛି
ପ୍ରସ୍ତରୀଥିବା ଦୁଇ ଓଠକୁ,
ହାଲକା ଭଉଁରୀ ଖେଳିଥିବା ସେ ଗାଲକୁ,
ବାଧ୍ୟ ହୋଇ ଜାକି ଜୁକି ଚାହୁଁଛି,
ସାମ୍ନାରେ ବସିଥିବା ବର୍ତମାନକୁ l
ଆଞ୍ଜୁଳାଏ ସ୍ୱପ୍ନରେ ବି ମନ ଭରୁନି,
ତାକୁ ବିଞ୍ଚିବାକୁ ଜୀବନ ରାସ୍ତାରେ,
ହାତ ଥରିଉଠୁଛି, ଇଚ୍ଛା ଭାଙ୍ଗି ଯାଉଛି
ଅସ୍ଥିରତା ଭିତରେ ଫୁଟିଥିବା ଆଶାଟା
ଧିରେ ଧିରେ ମଉଳି ପଡୁଛି l
ପୁଣି ଆସୁଛି ତ ସେ ଭାବନା ସମ୍ଭାର
ପଡିଉଠି ନିଜକୁ ଝାଡୁଝୁଡି,
ଖଣ୍ଡିଆ ଘା' କୁ ଅଣଦେଖା କରି
ଆସିଥିବା ସ୍ବପ୍ନରେ ଭାସୁଛି,
ଧରିଥିବା ପଣତକୁ ଛାଡି
ଦୁରାନ୍ତର ଆକାଶକୁ ମୁଣ୍ଡଟେକୁଛି,
ସପ୍ତରଙ୍ଗରେ ବୁଲିଥିବା
ଇନ୍ଦ୍ରଧନୁକୁ ହାତ ବାଢୁଛି l
ବିଭୋରୀତ ମନରେ ଶୂନଶାନ ଏକ
ଜଟିଳତା ଭରି ଏକା ଏକା ଖୁବ ଭାବୁଛି,
ଆଖି ବୁଝିବାର ଠିକ ପରେ ପରେ
ଭାବନାର ସମ୍ଭାର ଆସୁଛି l
ବେସ, କିଛି କହୁଛି
କହିବାର ଶକ୍ତିକୁ ଛଡାଇ ନେଇ
କେବେ କେବେ ପୁଛୁଛି l।