STORYMIRROR

Gita Sahoo

Abstract

3  

Gita Sahoo

Abstract

ସମାଜ

ସମାଜ

1 min
147


ସ୍ବାର୍ଥ ନ ରହିଲେ ହେବନି ନିଜର

       ସ୍ବାର୍ଥ ପାଇଁ ତ ଲଢେ଼ଇ

ଆଜି ଯିଏ ହୋଇଥାଏ ତ ନିଜର

      କଥାରେ ଯୁଦ୍ଧ କରଇ।

ନଷ୍ଟ ନୀଡରେ ଯେ ଶିଷ୍ଟ ସେ ବରିଷ୍ଟ

      ପୂଣ୍ୟେ ପାଏ ଘୋର କଷ୍ଟ

ପ୍ରାରବ୍ଧ କ୍ରିୟମାଣେ ସଂଚିତ ମଧ୍ୟେ

       ବିବେକ ଚାବୁକେ ତୁଷ୍ଟ।

ଜରା ଜୀର୍ଣ୍ଣ ଶରୀର ଶ୍ଳଧ ଚର୍ମରେ

        ଝାଞ୍ଜିର ଉଷ୍ଣ ପୀୟୂଷ

ଇଚ୍ଛା ନ ଥିଲେ ବି ପିଇବାକୁ ହୁଏ

        ଉତ୍ତର ପିଢିଙ୍କୁ ବିଷ।

ମୂଖେ ବୋଲେ ହରି କାର୍ଯ୍ୟ ଅନ୍ୟ କରି

     କି ବୋକା ପରିବାରଟା

ଦାତାବ୍ୟେ ବରିଷ୍ଟ ସ୍ଥାନତ ଗରିଷ୍ଠ

      କଦାଚାର କର୍ମ ବୃତ୍ତିଟା।

ଏହିତ ବିଚିତ୍ର ସଂସାର ର ଘର

      ଅଢେ଼ଇ ଦିନ ଆୟୂଷ

ସ୍ତ୍ରୀ ପୁତ୍ର ବନ୍ଧୁ ହେବେ ସେ ସାତପର

       ଧନ ସମ୍ପତ୍ତି ହବ ବିଷ।

ନିଜ ଶରୀର ଯିବ ମଶାଣି ଭୂଇଁ

     ସେହି ହେବ ତୋର ଘର

ମିଛ ମାୟାରେ ତୁ କାହିଁ ବିମୋହିତ

       ନିଜକୁ ମାର୍ଜିତ କର।

ମାନବିକତାର ସର୍ବୋତ୍ତମ ଗୁଣେ

      ସମ୍ପୂର୍ଣ୍ଣତା ସେହୁ ଲଭୁ

ଶାନ୍ତ ଶୀତଳ ଛାୟା ବିତରଣେ ସେ

       ଅନ୍ତ ହେଉ ଏହି ଭବୁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract