STORYMIRROR

sudhakar sethi

Inspirational

3  

sudhakar sethi

Inspirational

ସକାଳ

ସକାଳ

1 min
35

ତୁମ ପ୍ରତୀକ୍ଷାରେ

ସାରା ରଜନୀ ପଡେଭାରି 

ପ୍ରତି ମୁହୁର୍ତ୍ତ ଦେଉଛି କଷ୍ଟ

ରକ୍ତର ଏହି ହୋରି ଖେଳରେ 

ହୃଦବି ହୁଏ କ୍ଷତାକ୍ତ ।


ଟୋପାଏ ରୁଧିର ଛୁଇଁଲେ ଧରଣୀ

ଶତ ବୀର ହୁଏ ଜାତ

ମାତ୍ରୁଭୂମୀ ମାର ସେବାରେ ତା

ଜୀବନ କରେ ସମର୍ପିତ ।

 

ଧନ୍ୟ ସେହି ମାଟି ଧନ୍ୟ ସେ ପୁତା

ଇତିହାସ ମୁକ ସାଖି

କେତେ କେତେ ରଣ ଲଢିଛିଛି ଭୂଖଣ୍ଡେ

ଗରବେ ଫୁଲାଇ ଛାତି।


ପଛଘୁଞ୍ଚା ନାହିଁ ବୀରର ଜାତକେ

ଲଢୁଆ ଛାତିତା ଦିଏ ଜବାବ

ଗୋଟିଏ ସ୍ବର ଶୁଭେ ଅନ୍ତରୁ

ମୋ ଦେଶ ମୋ ମାଟି ମୋର ଗରବ ।


ନିଷ୍ଠୁର ପଣେ କିଏ ସମ ହେବ

କିଏ ଦେଖିବ ସେ ବର୍ବରତା

ଘନଘନ ଗୁଳି ଆସଇ ମାଡି

ତୋପର ଶବଦ ଦିଏ ବାରତା ।


ବରଫକୋଳରେ ଶୋଇଲ ହେ ବୀର

ଶୁଭୁନାହିଁ କିଆଁ ମାର ଡାକ

ଉଠ ଦେଖ ସାରା ଜଗତ ଚାହିଁଛି

ଦେଖିବାକୁ ପୁଣି ଶୀରେ ମୁକୁଟ ।


ଭରତ ବଂଶଜ ଲଢୁଆ ହେ ଜାତି

ସମ୍ମୁଖେ ଶୁଭଇ ସମର ଡାକ 

ସକାଳ ସୂରୁଜ ଊଇଁବା ଆଗରୁ 

ଲେଖାହେଉ ସ୍ବର୍ଣ୍ଣାକ୍ଷରେ ନବ ଇତିହାସ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational