STORYMIRROR

Rojalin kar

Romance

4  

Rojalin kar

Romance

ଶୂନ୍ୟସ୍ଥାନ

ଶୂନ୍ୟସ୍ଥାନ

1 min
414

ଏଇ ଜୀବନରୁ ତୁମେ ଗଲା ପରେ

ହୃଦୟରେ ଶୂନ୍ଯସ୍ଥାନ

କେହି ନା କେହି ତ ପୂରଣ କରିବ

ତୁଚ୍ଛ ମାନ ଅଭିମାନ !

ଜହ୍ନରେ କଳଙ୍କ ମନରେ ଆତଙ୍କ

ଲୁହ କି ପାରିବ ପୋଛି

ତୁମ ହାତ ଧରି ହସି ବୁଲୁଥିଲି

କାଟିଦେଲା କିଏ ଗୋଛି !

ଛୋଟେଇ ଛୋଟେଇ ଚାଲୁଛି ଏବେ ମୁଁ

ମଉଳି ଯାଇଛି ମନ

ଭରସା ରଖିଛି କେହି ତ ଆସିବ

ଭରିଦେବ ଖାଲି ସ୍ଥାନ !


Rate this content
Log in

Similar oriya poem from Romance