STORYMIRROR

basanta das

Classics

3  

basanta das

Classics

"ଶୀତଋତୁ"

"ଶୀତଋତୁ"

1 min
263

ଋତୁଚକ୍ର ଦ୍ବାରେ ବସି ଭାବୁଅଛି

ଶୀତରାଣୀ ସୁକୁମାରୀ

ଧରାପ୍ରୁଷ୍ଠେ ଲୀଳାଖେଳା କରିଯିବି

ମଜାତ ହୋଇବ ଭାରି

ମୋର ଆଗମନେ ଚାଷୀଭାଈ ମୁହେଁ

ଉକୁଟି ଉଠିବ ହସ

ସୁନାର ଫସଲ ଅମଳ କରିଣ

ସାଇତି ରଖିବ ବାସେ

ବ୍ରୁକ୍ଷରାଜିସବୁ ପତ୍ରଝଡାଦେଇ

ନବ କଳେବର ହେବେ

ନବ ପଲ୍ଲବରେ ଶୋଭା ସେ ପାଇବ

ବସନ୍ତ ଆସିବ ଯେବେ

ଗେଣ୍ଡୁ,କେତକୀ ଯେ ଅପରାଜିତାରେ

ଶିବଙ୍କ ମସ୍ତକ ଶୋଭା

ଲକ୍ଷ୍ମୀ ଠାକୁରାଣୀ ପୂଜା ପାଉଥିବେ

ଆହା କେଡେ ମନଲୋଭା

ଉତ୍ତରା ପବନେ ଦେହ ଥରିଯିବ

ଶୀତବସ୍ତ୍ର ପରିଧାନ

ନିଆଁ ଚାରିପଟେ ଏକତ୍ରିତ ହୋଇ

ଭାବ ଆଦାନପ୍ରଦାନ

ଦିନ ଶୀଘ୍ରଯିବ ରଜନୀ ଆସିବ

କୋଳେନେବ ନିଦ୍ରାବତୀ

ଉଷୁମ ଶେଜରେ ମନ ଛଟପଟ

ପାହୁ ନଥିବତ ରାତି

ଦିନ,ମାସ.ବର୍ଷ ଚାଲିଛି ଏମିତି

ଋତୁ ଆସେ ଋତୁଯାଏ

ହସ,କାନ୍ଦ,ସୁଖ,ଦୁଃଖଯେ ସଭିଙ୍କୁ

ଦେଇଣ ବାହୁଡିଥାଏ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics