STORYMIRROR

basanta das

Others

4  

basanta das

Others

ଅବାଞ୍ଛିତ

ଅବାଞ୍ଛିତ

1 min
389

ପାଇନାହିଁ କେବେ ମାଆର ଆଦର

ଦେଖିନାହିଁ ମୁହଁ ତା'ର

ଜନ୍ମଦାତା କିଏ ଜାଣେନାହିଁ ପୁଣି

କାହିଁବା ଠିକଣା ମୋର ।୧।

ଭିକ ମାଗେବୋଲି ସେଥିପାଇଁ କେବେ

ଅନୁଶୋଚନା ମୋ ନାହିଁ

ଭାରି ଦୁଃଖଲାଗେ କହିଦେଲେ କିଏ

ଜାରଜ ସନ୍ତାନ ତୁହି ।୨।

ପ୍ରେମତ ଶାଶ୍ବତ ଚୀରନ୍ତନ ସତ୍ୟ

ଅମ୍ରୁତର ଧାରା ସେ'ତ

ତାହା ପରିଣାମେ ସ୍ରୁଷ୍ଟିଯେ ମୋହର

ହେଲି କେହ୍ନେ ଜାରଜତ ।୩।

ଯେଉଁ ଭୁଲ୍ ମୁହିଁ କରିନାହିଁ କେବେ

ଦଣ୍ତପାଏ ପ୍ରତିଦିନ

କାହାଭୂଲ୍ ପାଇଁ ପ୍ରାୟଶ୍ଚିତ କରେ

ଭାବୁଅଛି ରାତିଦିନ।୪।

ରାଜରାସ୍ତା ମୋର ସୁନାର ପଲଙ୍କ

ମୁକୁଳା ଆକାଶ ତଳେ

ମାଟି ମା'କୋଳେ ପେଟେ ଓଦାକନା

ଶୋଇଯାଏ ନିଶ୍ଚିନ୍ତରେ।୫।

କେତେଯେ ଲାଞ୍ଛନା କେତେ ନିର୍ଯ୍ୟାତନା

କେତେଯେ ଅବହେଳିତ

ମଥାପାତି ସବୁ ସହିବାକୁ ହୁଏ

କାରଣ ମୁଁ ଅବାଞ୍ଛିତ।୬।

ସମାଜକୁ ଆଜି ପଚାରୁଛି ଥରେ

କାହିଁକି ଏ ନିର୍ଧାରଣ

ଦୋଷୀ ମଜ୍ଜିଯାଏ ଭାବ ପିରତିରେ

ନିର୍ଦ୍ଦୋଷେ ଦଣ୍ତ ବିଧାନ।୭।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍