Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Indrabadal Mohanty

Abstract

5.0  

Indrabadal Mohanty

Abstract

ଶୀତର ଆଗମନେ

ଶୀତର ଆଗମନେ

1 min
248



ନୂଆ ଏକ ଋତୁରେ ମୋ ଜୀବନ

ଆସି ପାଦଥାପେ ଆଜି,


ବସନ୍ତର ଶୀତୁଆ ସକାଳେ

ମୋ ଜୀବନ ଉଡିଆସେ ହଲଦିବସନ୍ତ ସାଜି।


ହୃଦୟର ସ୍ପନ୍ଦନ ଖୋଜେ ସେ

ଶୀତୁଆ ସକାଳର ସୁନେଲି ଖରାକୁ,


ଉଡିବାକୁ ଇଛା ଆଜି ପୁଣି

ଦିଗହରା ହୋଇ ନକରି ଖାତିରି କାହାକୁ।


ଶୀତୁଆ ରାତିର କାକର ବିନ୍ଦୁର ସ୍ପର୍ଶ

ଆଜି ଯୌବନର ଉନ୍ମାଦନା ବଢ଼ାଇ ଦେଉଛି,


ପୁଣି ଗଙ୍ଗଶିଉଳିର ବାସ୍ନାରେ

ଏ ଋତୁର ପ୍ରତ୍ୟକ ରାତି ଚହଟି ଯାଉଛି।


ଅଗଣାରେ କେତେ ଫୁଲର ଆଗମନ

ହେବାର ସୂଚନା ଆସିଯାଇଛି,


ଶୀତୁଆ ପବନର ହାଲକା ଫୁଲକା ସ୍ପର୍ଶ

ସହ ସମ୍ପର୍କ ଗଢି ମୁଁ ଆଜି ହଜିବାକୁ ଚେଷ୍ଟା କରୁଛି।



Rate this content
Log in

Similar oriya poem from Abstract