Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

DILIP KUMAR SAHOO

Abstract

4  

DILIP KUMAR SAHOO

Abstract

ଭକ୍ତ ରଙ୍କା ଭଗବାନ

ଭକ୍ତ ରଙ୍କା ଭଗବାନ

1 min
7



ପ୍ରଭୁ ଦାସ ଙ୍କର ପାନ ନଖାଇଲେ

ବୁଝେନାହିଁ ତୁମ ମନ

କରମା ବାଇ ର ଖେଚୁଡ଼ି ଖିଆ ହେ

ଭକ୍ତ ରଙ୍କା ଭଗବାନ ...


ଅଧା ହାତ ତୁମ ଲମ୍ବାଇ ଦେଲ ହେ

ଭକତ ନଡ଼ିଆ ପାଇଁ

ଭକତ କାନ୍ଦିଲେ ଲୁହ ପୋଛିଦିଅ

ଦୁଃଖ ତା ନପାରି ସହି ।


ମନୋହର ଦାସ ମନ କଥା ଜାଣି

ପଦ୍ମ ବେଶ ମାଘ ମାସେ

ଗଣପତି ଭଟ୍ଟ ଗଣେଶ ଭକ୍ତଙ୍କୁ 

ଦେଖାଦେଲ ଗଜବେଶେ।


ଭକ୍ତ ବନ୍ଧୁବୋଲି ବନ୍ଧୁ ମହାନ୍ତିଙ୍କ

ଭୋକ ପାରିଲନି ସହି

ରତନ ଥାଳିରେ ମହାପ୍ରସାଦ ତ

ନିଜେ ପରସିଲ ନେଇ ।


ଭକ୍ତ ପାଇଁ ତୁମ ରଥ ଅଟକଇ

ଧନ୍ୟ ତୁମ ଲୀଳା ଧନ୍ୟ

ଜୟଦେବଙ୍କର ଗୀତ ଗୋବିନ୍ଦ କୁ

ତୁମେ ଲେଖି କଲ ପୂର୍ଣ୍ଣ ‌।


ରାଇଜର ମାନ ରଖିବା ପାଇଁକି

ସଇନୀକ ସାଜି ଥିଲ

ଦହି ପିଇଦେଇ ଭକ୍ତ ମାଣିକ କୁ

ରତ୍ନ ମୁଦି ବନ୍ଧା ଦେଲ ।


ଯେଉଁଠି ଯେମିତି ଭକତ ଡାକିଲେ

କାନ ଡେରି ଶୁଣିଥାଅ

ବେଳ ଅବେଳରେ ପାଖେ ପାଖେ ରହି

ସାହା ତୁମେ ହୋଇଥାଅ ।


ଏମିତି ନିଜର ଏତେ ଆପଣାର

କିଏ ହେବ କଳା ଧନ

ଅଶରଣ ଜନେ ଦେବାକୁ ଶରଣ

 ଭକ୍ତ ରଙ୍କା ଭଗବାନ ।



Rate this content
Log in