STORYMIRROR

Umasankar Sahu

Inspirational

4  

Umasankar Sahu

Inspirational

ଶୀର୍ଷକ - ବାପୁ

ଶୀର୍ଷକ - ବାପୁ

1 min
266

ବାପୁ ତୁମେ ସତ୍ଯର ସନ୍ଧାନେ

ଆସିଥିଲ ମର୍ତ୍ତ୍ଯ ପୁରେ

ଦେଇଗଲ ସତ୍ୟ ଅହିଂସା ଓ କର୍ମର ନୀତି ଶିକ୍ଷା

ଏଧରା ପୃଷ୍ଠରେ  ।

ସହିଗଲ ବିଦେଶୀର ନିର୍ଯ୍ୟାତନା 

ଲାଠି ମାଡ ଚାବୁକ ପ୍ରହାର

ପ୍ରତିଦାନେ ଦେଲ ତୁମେ 

ଶାନ୍ତି ମୈତ୍ରୀ ଓ ପ୍ରୀତିର ଆଦର   ।

ସାରା ଦୁନିଆଟା ଆଜି ଅତ୍ୟାଚାରୀଓ ଲୁଣ୍ଠନକାରୀ ଙ୍କ କବଳରେ

ଶାସନ ଚାଲିଛି ଏଠି ବନ୍ଧୁକ ମୁନରେ

ନାରୀ ଏଠି ଅବଳା ଦୁର୍ବଳା 

ସଂଗ୍ରାମ କରୁଛି ପାଇବା ପାଇଁ ସ୍ବାଧୀନତା

ତଥାପି ପାଉନି ସିଏ ସାହସ ଶକତି

ଲାଞ୍ଛିତ ନିଷ୍ପେଶିତ ଜାତି

 ଆଜି ଲଢୁଛି ପାଇବା ପାଇଁ ମୁକ୍ତି ।

ଫେରି ଆସ ବାପୁ ତୁମେ 

ପୁଣି ଥରେ କର ବା ମର ର ବାର୍ତ୍ତା ନେଇ

 ଅସହାୟ ଓ ନିରାଶ୍ରୟର ସାହାରା ହୋଇ

ଦେଇଯାଅ ସାହସ ଦୁର୍ବଳ ଶରୀରେ

ଶତ ସିଂହ ହୋଇ ଲଢୁ ଦୁର୍ନୀତି ବିରୁଦ୍ଧରେ

ଆଜିର ପୂଣ୍ୟ୍ ତିଥିରେ 

ଲବେ ମାତ୍ର ଆଶିଷ ଦିଅ ତବ ଅନ୍ତରୁ

ଝୁରୁଛି ମାନବ ଜାତି ହୃଦୟ କନ୍ଧର ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational