STORYMIRROR

Umasankar Sahu

Classics Others

2  

Umasankar Sahu

Classics Others

ଅମୃତମୟ

ଅମୃତମୟ

1 min
664


ସ୍ବଭାବ କବି ଗଙ୍ଗାଧର ମେହେର

ନବ ବିକଶିତ ଫୁଲ ଗନ୍ଧ

ନବ ସରସ କବିତା ଛନ୍ଦ

ବନ ବିହଗ ମଧୁର ତାନ

ଶିଶୁ ସରଳ ତରଳ ଗାନ

ନବ ପ୍ରଫୁଲ୍ଲ କମଳ କାନନ

ନବ ସୁକୁମାର ଶିଶୁ ଆନନ୍ଦ

ଅମୃତମୟ ଅମୃତ ରୟ

ଭସାଇ ନେଉଛି ଜୀବନ ।

ଧୀର ଚକିତ ଶୀତଳ ବାତ

ଚିର ଲଳିତ କୁମୁଦ ନାଥ

କ୍ଷୀର ଧବଳ ଚନ୍ଦ୍ରିକା ଜାଲ

ନୀର ଦାନ ଦକ୍ଷ ଘନମାଳ

ମୃଦୁ ମଧୁର ଆଲୋକ ଉଷାର

ନବ ପଲ୍ଲବ ପତିତ ତୁଷାର

ଅମୃତମୟ ଅମୃତ ରୟ

ମଜ୍ଜାଇ ଦେଉଛି ସଂସାର ।

ମିଟି ମିଟି ଜକ ଜକ ତାରା

ଟପ ଟପ ଜଳଧର ଧାରା

ତମନାଶନେ ଧାବିତ ଧଷ୍ଣି

ତମ ମୁକତ ଅବନୀ ହୃଷ୍ଟ

ଗିରିଗରଭ ପ୍ରସୂତ ନିର୍ଝର

ଦୂର ଲମ୍ଫିତ ପ୍ରପାତ ଝର୍ଝର

ଅମୃତମୟ ଅମୃତରୟ

ଜୀବନ କରୁଛି ଜର୍ଜର ।

ମୁଁ ତ ଅମୃତ ସାଗର ବିନ୍ଦୁ

ନଭେ ଉଠିଥିଲି ତେଜି ସିନ୍ଧୁ

ଖସି ମିଶିଛି ଅମୃତ ଧାରେ

ଗତି କରୁଛି ସେ ଅକୂପାରେ

ପଥେ ଶୁଖିଗଲେ ପାପ ତାପରେ

ହୋଇ ଶିଶିର ଖସିବି ତା ପରେ

ଅମୃତମୟ ଅମୃତରୟ

ସହିତ ମିଶିବି ସାଗରେ ।


Rate this content
Log in

Similar oriya poem from Classics