STORYMIRROR

Prasant kumar Nath

Inspirational

4  

Prasant kumar Nath

Inspirational

ଶହୀଦ

ଶହୀଦ

1 min
307


ମାଟିଠୁ ଆକାଶ ସବୁଠି ଚିତ୍କାର

   ଶହୀଦ ଯବାନ ପାଇଁ

ପଲ୍ଲୀ ଠାରୁ ଦିଲ୍ଲୀ ସବୁଠି ସମ୍ମାନ

  ଶହୀଦଙ୍କ ପ୍ରାଣ ପାଇଁ। 

ଶତଶତ ସେଇ ବୀରର ଚରଣେ

   ମଥାତ ଯାଉଛି ନଇଁ

ଦେଶ ଜାତି ପାଇଁ ପ୍ରାଣ ବଳି ଦେଇ

  ସୁନାମ କରିଛି ଭୂଇଁ। 

ଭାଙ୍ଗେ ନିରବତା କୋହ ଭରା ଛାତି

  ଆଖିରୁ ଲୋତକ ଝରି

ବୀର ପୁଅ ପାଇଁ ଝୁରୁଅଛି ଆଜି

   ଏ ସାରା ଭାରତ ଭୂଇଁ। 

ଉଠ ଉଠ ତୁମେ ଭାରତର ବୀର

  ନକ୍ସଲକୁ କର ଧ୍ବଂସ

ଦେଶ ମଧ୍ୟେ ତାଙ୍କ ଚେରକୁ ଓପାଡି

   ଫିଙ୍ଗି ଦିଅ ବହୁ ଦୂର। 

ମାଆର କୁଳରୁ ଛଡାଇଛି ପୁତ୍ର

  ଜାୟାର ପାଖରୁ ସ୍ବାମୀ

ସନ୍ତାନଠୁ ପିତୃହରା କରି ଦିଏ

  ମାଓ ସାମ୍ରାଜ୍ୟର ପାଇଁ। 

ଆରେ ଉଗ୍ରପନ୍ଥୀ ତୁମେ ଦେଶ ଦ୍ରୋହୀ

   ନକ୍ସଲର ପନ୍ଥୀଗଣ

ସ୍ବଦେଶରେ ଜନ୍ମି ସ୍ବଦେଶରେ ରହି

   କରୁଅଛ ହୀନ କର୍ମ। 

ନିଜ ଦେଶ ଭାଇ ରକ୍ତେ ଖେଳ ହୋଲି

  ଏକି ତୁମ ବଡ଼ ପଣ

ନିଜେହିଁ ନିଜକୁ ଠକି ଦେଉ ଅଛ

  ଅବାଟରେ ଚାଲି ଯାଇ। 

ଅକାରଣେ କାହିଁ ସାଜୁ ମାଓବାଦୀ

   ସାଧାରଣ ଲୋକ ହେଇ

ଦେଶ ଜାତି ପାଇଁ ପ୍ରାଣ ବଳି ଦେଇ

   ଅମର ରଖ ତୋ ନାମ। 

ଗୌରବରେ ଦେଶ ଢାଙ୍କିବ ଶରୀର

   ତ୍ରିରଙ୍ଗାର ଛାଇ ଦେଇ

କାହାର ସୌଭାଗ୍ୟ ଅଛି ଏ ଭାରତେ

  ତ୍ରିରଙ୍ଗା ଢାଙ୍କିବା ପାଇଁ। 

ଯୋଗ୍ୟ ଏହି ବୀର ଶହୀଦ ଯବାନ

  ଲେଖିଛି ତ୍ରିରଙ୍ଗା ଢେଇଁ 

ମରିବି ଅମର ରହିବ ଭାରତେ

  ନାମ ଯୁଗ ଯୁଗ ପାଇଁ।।


Rate this content
Log in

More oriya poem from Prasant kumar Nath

Similar oriya poem from Inspirational