STORYMIRROR

Pritiparna Dash Mohapatra

Inspirational

4  

Pritiparna Dash Mohapatra

Inspirational

ଶାଶୂ ମାଆ ସିଏ ମୋର

ଶାଶୂ ମାଆ ସିଏ ମୋର

1 min
334


ମାଆ ପରି ମୁଁ ମାଆଟେ ପାଇଛି

ଶାଶୂ ମାଆ ସିଏ ମୋର

ସୁଖ, ଦୁଃଖ ସବୁ ପଚାରି ବୁଝନ୍ତି

କରିନାନ୍ତି କେବେ ପର ।


ବୋଉ ବୋଉ ବୋଲି ଡାକିଦେଲେ ଥରେ 

ଭରି ଯାଏ ମନ ମୋର

ସ୍ନେହ, ଶ୍ରଦ୍ଧା ଦେଇ ଭଲ ସେ ପାଆନ୍ତି

ଥାଏ ପାଖେ ଥାଏ ଦୂର ।


ଦୋଷା ଦୋଷ ସବୁ କ୍ଷମା କରିଛନ୍ତି

ମାଆ ସେ ମମତାମୟୀ

କେତେ କଥା ମୋତେ ଶିଖାଇଛନ୍ତି ସେ

ଏ ମନ ତାଙ୍କୁ ଝୁରଇ ।


ଗାଳି ବି କରନ୍ତି ସ୍ନେହ ବି କରନ୍ତି

ଯେମିତି କରେ ମୋ ମାଆ 

ତାଙ୍କ ଗାଳି ପାଇଁ ସଜାଡ଼ି ହୁଏ ମୁଁ

ସ୍ନେହମୟୀ ତାଙ୍କ ନାଁ ।


ଦୁଃଖ, ଯନ୍ତ୍ରଣାରେ ପାଖେ ଠିଆ ହୋନ୍ତି

ସ୍ୱର୍ଗ ଠାରୁ ଗରୀୟସୀ

ତାଙ୍କ ଆଶୀର୍ବାଦ ସଦା ମୋର କାମ୍ୟ

ମିଳୁ ତାଙ୍କୁ ସବୁ ଖୁସି ।


ବୋହୂ ନୁହେଁ ଝିଅ ମୁଁ ଅଟେ ତାଙ୍କର

ଅତି ଆପଣାର ମୋର 

ମନର ବେଦନା ଦୂର ହୋଇଯାଏ

ଶୁଣି ତାଙ୍କ କଥା ସ୍ୱର ।


ଗାଁ ରେ ରୁହନ୍ତି ପଚାରି ବୁଝନ୍ତି

ଭଲ ମନ୍ଦ ସବୁ ମୋର

ମାଆ ପରି ମୁଁ ମାଆ ଟେ ପାଇଛି

ଶାଶୂ ମାଆ ସିଏ ମୋର ।



Rate this content
Log in

Similar oriya poem from Inspirational