Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pritiparna Dash Mohapatra

Drama

4.4  

Pritiparna Dash Mohapatra

Drama

ଆସୁଛି କାଳିଆ ସୁନା

ଆସୁଛି କାଳିଆ ସୁନା

1 min
274



ଭାଇ ଭଉଣୀଙ୍କୁ ଧରି ସାଥିରେ

    ବରଷକ ପରେ ପୁଣି ଥରେ

ଆସୁଛି କାଳିଆ ଧୀରେ ଧୀରେ

     ଦର୍ଶନ ଦେବ ସେ ରଥ ଉପରେ ।


ଅସହ୍ୟ ତାତିକୁ ସହି ନ ପାରି

     ଗରା ଗରା ପାଣି ମୁଣ୍ଡରେ ଢ଼ାଳି

ସ୍ନାନ କଲା ଯାଇ ସ୍ନାନ ବେଦୀରେ

    ଥରୁଛି ତା' ଦେହ ଥଣ୍ଡା ଜ୍ୱରରେ ।


ସେଥି ପାଇଁ ଅଛି ଅଣସର ରେ 

    ଦିନ କାଟୁଅଛି ବଡ କଷ୍ଟରେ 

ଫୁଲୁରୀ ତେଲର ମାଲିସ ପରେ

      ଉଠି ବସିବ ସେ କେଇ ଦିନରେ ।


ଆଗକୁ ଆସୁଛି ତା' ରଥ ଯାତ

     ଝୁଲି ଝୁଲି ଯିବ କଳା ସାଆନ୍ତ

ଭଗ୍ନୀ ସୁଭଦ୍ରା ଆଉ ବଳିଆ ଭାଇ

    ଆଗ ଚଳି ଯିବେ ଦୁହିଁଙ୍କୁ ଦୁହିଁ ।


ପଛରେ ଆସିବ କଳା କହେଁଇ

     ନନ୍ଦିଘୋଷ ରଥେ ବସିବ ଯାଇ

ଅପୂର୍ଵ ଶୋଭାକୁ ସାଥିରେ ଧରି

     କୋଟି ଜନ ମନ ନେବ ଚୋରେଇ ।


ଭକ୍ତ ବତ୍ସଳୀୟା ଜଗା କାଳିଆ

    କରୁଥାଏ କେତେ ସେ ଲୀଳାଖେଳା

ବାର ମାସରେ ତା' ତେର ପରବ

    ସେ ଲାଗି ପରା ସେ ଆମ ଗୌରବ ।


ତାଙ୍କ ପାଦ ତଳେ ବାଢେ ପ୍ରଣତି

    କରୋନା ଦାଉରୁ ଦିଅ ମୁକତି

ରଥାରୁଢ଼ ହୋଇ ଜଗତ ପତି

      କରୁଣା ଢାଳ ହେ ରଖି ମିନତୀ ।



Rate this content
Log in

Similar oriya poem from Drama