STORYMIRROR

Sunil Kumar Sethi

Inspirational

4  

Sunil Kumar Sethi

Inspirational

ସେଦିନର କଥା

ସେଦିନର କଥା

1 min
244

ପୁସ୍ତକର ଦୁଇ ଫର୍ବ୍ଦେ 

            ଲୁଚି ରହିଥାଏ ଅଧେ,

ଝିଲିମିଲି ତାରକାର ନଗରେ

            ଆଲୋକର ଘୃତ ସାଜି ଆସେ ନିଶୀରେ।


ଟିକି ପିଲାଟିର ସେହି କୁଆଁ କୁଆଁ ରାବ

           ଭାରସାମ୍ୟ ହରା ସେହି କୁନି ପାଦର ଠାବ ,

କୁନି ଓଠର ଅବାନ୍ତର ଶବଦେ ମନ ହୁଏ ସରସ

          ତା ମିଠା ଦୃଷ୍ଟାମୀ ରେ ସଭିଙ୍କୁ କରିଦିଏ ବସ।


ଜ୍ଞାନର ଆଲୋକ ନେଇ

         ଦ୍ଵିତୀୟ ଫର୍ବ୍ଦ ଜୀବନେ ଆସିଯାଏ ଘନେଇ,

ମିତ୍ରତାର ସଂପର୍କ ସ୍ଥାପି ଜୀବନେ

         ନବୀନ ତପନ ଉଦିତ ହୁଏ ଗଗନେ।


ସପନକୁ ନୟନେ ସଜାଇ

        ସମାଜ ମଙ୍ଗଳେ ହାତ ବଢ଼ାଇ,

ଆବେଗକୁ ମନେ ସାଉଁଟି

       ଉଦ୍ଦୀପନା ଆଣିଦିଏ ନୂତନ ପୃଷ୍ଠାଟି।


ଜୀବନର ଅଙ୍କାବଙ୍କା ପ୍ରତିଛବି 

        ଲେଖିବସେ ଭାବନାକୁ ସାଜି କବି,

କଣ୍ଟକର ଆଘାତରେ ଜୀବନ ହୁଏ ଜର୍ଜରିତ

        ଯନ୍ତ୍ରଣାର ମହା ଶିକ୍ଷା ଜୀବନକୁ କରେ ମହକିତ।  

   

ଚଳନ୍ତି ଠାକୁରଙ୍କ ସେନେହ

        ଏଇତ ମୋର ଥିଲା ସେଦିନର ମୋହ,

ସେଦିନର ଅଭୂଲା କଥା

        କମାଇ ଦିଏ ସଂଘର୍ଷର ବ୍ୟଥା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sunil Kumar Sethi

Similar oriya poem from Inspirational