STORYMIRROR

Kamalini Panigrahi

Inspirational

3  

Kamalini Panigrahi

Inspirational

ସେବା

ସେବା

1 min
132



ଦୟା,କ୍ଷମା,ଦାନ,ସାହାଯ୍ୟ ଓ ପ୍ରେମ

ସୁଗୁଣ ମନୁଷ୍ୟତ୍ୱର

ସ୍ୱର୍ଗୀୟ ପ୍ରବୃତ୍ତି ଅଟେ ଏକ ସେବା

ପରିମାପକ ଗୁଣର।।

ଜୀବନ ମହତ୍ତ୍ଵ ବିକଶିତ ହୁଏ

ସେବାକଲେ ମାନବର

ମାନବର ସେବା ମାଧବର ସେବା

ବ୍ରତ ଆମ ଜୀବନର।।

ଶ୍ରେଷ୍ଠ ଧର୍ମ ଅଟେ ମାନବର ସେବା

ମନୁଷ୍ୟ ଜନମ ପାଇଁ

ଦୃଢ଼ ମନୋବଳ ଆନ୍ତରିକତା ଯେ

ଦରକାର ଏଥିପାଇଁ।।

ସମାଜର ହିତ ବ୍ୟକ୍ତିର ଉନ୍ନତି

ମାନବସେବା ନିହିତ

ପ୍ରତ୍ୟେକ ମନୁଷ୍ୟସେବାବ୍ରତୀ ହେଲେ

ଜୀବନ ହୁଏ କୃତାର୍ଥ।।

ଦଳିତ, ପତିତ ଅତ୍ୟାଚାରିତା ଯେ

ମଣିଷର ରକ୍ଷାପାଇଁ

ଭୂମିଷ୍ଟ ହୁଅନ୍ତି ନର ଦେହେ ପ୍ରଭୁ

ନର ନାରାୟଣ ହୋଇ।।

ନାରାୟଣ ସେବା ଇଶ୍ୱରଙ୍କ ସେବା

ଯଥାର୍ଥରେ କୁହାଯାଏ

ନର ହିଁ ଅଟଇ ନାରାୟଣ ଦେହୀ

ଏକ ଅର୍ଥେ ଭାବଥାଏ।।

ସେବା ଭାବ ସମସ୍ତଙ୍କ ହୃଦୟରେ 

ଜାଗରିତ ହୁଏନାହିଁ

ନିଃସ୍ବାର୍ଥ ଭାବନା ମହତ୍ ଚିନ୍ତା ହିଁ

ପ୍ର

ବର୍ତ୍ତାଏ ସେବାପାଇଁ।।

ସଂକୀର୍ଣ୍ଣ ଭାବରୁ ଉର୍ଦ୍ଧ୍ବରୁ ଉଠିଲେ

ସେବାବ୍ରତୀ ହୁଏ ବ୍ୟକ୍ତି

ନିର୍ମଳ ଚରିତ୍ରବତ୍ତା ସହିଷ୍ଣୁତା

ଉଦାରତା ତାର ଶକ୍ତି।।

ବିପଦରେଗ୍ରସ୍ତ ବ୍ୟକ୍ତିର ସେବାହିଁ

ପ୍ରକୃତ ମାନବ ସେବା

ଲୋକପ୍ରିୟତା ଓ ପ୍ରତିଷ୍ଠା ନିମନ୍ତେ

ଅବିଧେୟ ଜନସେବା।।

ବନ୍ୟା ଓ ଦୁର୍ଭିକ୍ଷ ପ୍ରପୀଡ଼ିତ ପାଇଁ

ଅନ୍ନ ବସ୍ତ୍ର ଦାନ ଦେଲେ

ହଇଜା,ବସନ୍ତେ ରୋଗ ଆକ୍ରାନ୍ତଙ୍କ

ପଥ୍ୟ ଔଷଧକୁ ଦେଲେ।।

ଯୁଦ୍ଧକ୍ଷେତ୍ରେ ଆହତ ଓ ମୁମୂର୍ଷଙ୍କୁ

ସାହାର୍ଯ୍ୟ ଓ ସେବା କଲେ 

ଅସ୍ପୃଶ୍ୟ ଦୁର୍ବଳ ଶ୍ରେଣୀଙ୍କ ଉତଥାନ

ପାଇଁ କିଛି କାର୍ଯ୍ୟ କଲେ।।

ଜନସେବାରେ ଜୀବନ ଧନ୍ୟ ହୁଏ

ସେବାର କ୍ଷେତ୍ର ବ୍ୟାପକ

ପ୍ରତିଯୁଗରେ ଯେ ସେବାବଳେ ବ୍ୟକ୍ତି

ସାଜେ ଯେ ଜନସେବକ।।

ଗୌତମ ବୁଦ୍ଧ ଓ ଯୀଶୁ ମହମ୍ମଦ

ପ୍ରାଣକୁ ଉତ୍ସର୍ଗି ଦେଲେ

ସେବା ଜୀବନର ଶ୍ରେଷ୍ଠ ବ୍ରତ ଭାବି

ସମାଜ କଲ୍ୟାଣ କଲେ।।

ସସଆଃ


Rate this content
Log in

Similar oriya poem from Inspirational