Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

DILIP KUMAR SAHOO

Inspirational

3  

DILIP KUMAR SAHOO

Inspirational

ଗଉରବ ଭରା ଗରବ ଗାଥା

ଗଉରବ ଭରା ଗରବ ଗାଥା

1 min
151


ଏମାଟିକୁ ଆମ ଶତ ପ୍ରଣିପାତ

ଆମ ପାଇଁ ଇଏ ଚନ୍ଦନ ଚିତା

ଏ ମାଟିରେ ଲେଖା ଆମ ଇତିହାସ

ଗଉରବ ଭରା ଗରବ ଗାଥା

ଦୁର୍ଜୟ ଆମ ପାଇକଙ୍କ କଥା

ଏ ମାଟି ଆଜିବି କହେ ବଖାଣି

ଜଇ ରାଜଗୁରୁ ବକ୍ସି ଜଗବନ୍ଧୁ

ଦଳବେହେରାଙ୍କ ବୀର କାହାଣୀ

ଯେଉଁ କାହାଣୀ ର ନାୟକ ନିଜେତ

ପ୍ରଭୁ ଜଗନ୍ନାଥ ଜଗତ ନେତା 

ଗଉରବ ଭରା ଗରବ ଗାଥା

ବରୁଣେଇ ଛାତି ଥରି ଉଠୁଥିଲା

ବାହୁବଳେନ୍ଦ୍ରଙ୍କ କୁହାଟ ଶୁଣି

କୃତ୍ତିବାସଙ୍କର ରଣ ହୁଙ୍କାରେ

ଚମକୁଥିଲା ଏ ଚିଲିକା ପାଣି

ଏମିତି ବୀରଙ୍କ ପାଦରେ ପ୍ରଣାମ

ଆମ ପାଇଁ ଯିଏ ଆଲୋକ ଶିଖା

ଗଉରବ ଭରା ଗରବ ଗାଥା

ଦିନ ମାସ ପୁଣି ଦୁଇଶ ବରଷ

ସମୟ ଶୁଅରେ ଗଲାଣି ବହି

ଖୋରଧା ମାଟିରେ ପାଦ ଥାପୁ ଥାପୁ

ହଜିଲା ଅତୀତ ଉଠଇ ଚେଇଁ

ଶେଷଯାଏ ଥିଲା ସ୍ବାଧୀନ ଏ ଦୁର୍ଗ

ଗୋରା ଫଉଜର ହଜାଇ ଚେତା

ଗଉରବ ଭରା ଗରବ ଗାଥା ।


Rate this content
Log in

Similar oriya poem from Inspirational