କବିର କଳମ
କବିର କଳମ
କଳମ ଧରିଛି ବଲମ କରିଛି ମଲମ ପରି
କାଗଜେ ଲେଖୁଛି ମଗଜେ ଦେଖୁଛି କରଜେ ଭରି।
ନିସତ ଉଷାରେ ଅସତ କାସାରେ ଉଷତ ଭାରି
ଚାତୁରୀ ପଣରେ ବତୁରି ପ୍ରାଣରେ କତୁରୀ ଧରି।
କବିତା ସୁନ୍ଦରୀ ଛବି,ତା ଆଦରି ସେବି ତା ପଦ
ମୋହନ ଦହନ ବୀହନ ବହନ ବାହନ ହ୍ରଦ।
ଭାବର ମନ୍ଦିରେ ଲାଭର ଗାଦିରେ ନାବରେ ବସି
ଆହ୍ଲାଦ ବିସାଦ ଜହ୍ଲାଦ ନିଷାଦ ଫିସାଦ ତୋଷି।
ଅନ୍ତପୂରେ ଯୋଷା ମନ୍ତ୍ର କରି ଭାଷା ଯନ୍ତ୍ର ବଜାଇ
ଯନ୍ତ୍ରୀ ଉଲ୍ଲସିତ ମନ୍ତ୍ରୀ ମୁଖ ଗୀତ ତନ୍ତ୍ରୀ ସଜାଇ।
କପାଳ ତାଡଇ ଭୂପାଳ ଆଡେଇ ଗୋପାଳ ଶାଳେ
ସର୍ବତ୍ରେ ବାଜଇ ନକ୍ଷତ୍ରେ ହଜଇ ଶ୍ରୀକ୍ଷତ୍ର କୋଳେ।
ଦରିଆ ସେପାରୀ ସାରିଆ ବେପାରୀ ବୋଲନ୍ତି ମୋଦେ
କବି କଳ୍ପଲତା ଛବି ତଳ୍ପବତ୍ତା ଉର୍ବିରେ ହାଦେ।
ମୋହିତ ମହତ ବହିତ୍ର ନଈତ ଦୟିତ ସାର
ଗଳିତ ଫଳିତ ଚଳିତ ଦଳିତ ପହୀଜ ହାର।
ଚାରଣ ଭୂଇଁରେ ଚରଣ ଛୁଇଁରେ ସ୍ଫୁରଣ କରେ
ଅମର ପୁରରେ କମର ହାରରେ ରମ୍ୟ,ନ ହରେ।
ବନ୍ଦିତ ବେଦନା ସ୍ପନ୍ଦିତ ରଦନା ଛନ୍ଦିତ ପଦ
କବିର ହୃଦୟ ଗଭୀର ଉଦୟ ସଦୟ ସ୍କନ୍ଦ।
ଲୁହ ସୈାଦାଗର ଲୈାହ ଉଜାଗର ଦେହ ନିଥିର
କୋହ ମୋ,ସମ୍ପତ୍ତି ମୋହ,ମୋ, ଦୃଢୋକ୍ତି କ୍ଷୀଣ ଭଙ୍ଗୁର।