STORYMIRROR

Prahallad Sahoo

Inspirational

4  

Prahallad Sahoo

Inspirational

ସବୁଜ ଦିଗବଳୟ

ସବୁଜ ଦିଗବଳୟ

1 min
360

ସବୁଠି ସବୁଜିମା

ହରିତ୍ କଣିକାର ଆଲୋଡନ

ଦିଗନ୍ତ ବିସ୍ତାରି ସବୁଜ ଦିଗବଳୟ।।

ନିଶ୍ବାସରୁ ପ୍ରଶ୍ବାସ ଯାଏ ବ୍ୟାସାର୍ଦ୍ଧ ନେଇ

ପ୍ରାଣସତ୍ତାର ମଧ୍ଯ ବିନ୍ଦୁକୁ କେନ୍ଦ୍ର କରି

ପିଣ୍ଡରୁ ବ୍ରହ୍ମାଣ୍ଡ ପର୍ଯ୍ୟନ୍ତ ଆଙ୍କିବାର ଅଛି

ହୃତସ୍ପନ୍ଦନର ଗତିରୁ ନିର୍ଗତ ଶବ୍ଦ ଝଙ୍କାରର

ଏକ ସବୁଜ ବଳୟ

ଯେଉଁଠି ପରିଷ୍ଫୁଟ ହେଉଥିବ କେବଳ

ବଞ୍ଚିବା ଓ ବଞ୍ଚେଇବାର ପ୍ରତିଶୃତି,

ଜିତିବା ଏବଂ ଜିତେଇବାର ଇଛା,

ଅଧିକାର ସାବ୍ୟସ୍ତ ଓ

କର୍ତ୍ତବ୍ଯ ସମ୍ପାଦନ କରିବାର

ଅଦମ୍ଯ ପ୍ରଚେଷ୍ଟା, ତଥା

ନିର୍ବାକ ବୃକ୍ଷ ସମୁହରେ ଭରିଦେବା

ଚିର ସବୁଜିମା ହରିତ୍ କଣିକା

ଏବଂ ଶିଖିନେବା ବଞ୍ଚିବାର ମୂଲ୍ଯବୋଧ

ସେହି ନିରବ ଆଶ୍ରୟ ଦାୟକ

ନିରିହ ଉଦ୍ଭିଦ ମାନଙ୍କ ଠାରୁ।।

ପ୍ରାର୍ଥିବତା ଅବଶମ୍ଭାବୀ,

ଅସ୍ଥିରତା ନିଶ୍ଚିତ,

ଭୂମଣ୍ଡଳ ଶବ୍ଦାୟିତ,

କୋଳାହଳ ପୂର୍ଣ ଜନରବ,

ଚଳ ଚଞ୍ଚଳ ମନ ପ୍ରାଣ,

ପରିବର୍ତ୍ତିତ ରୂପରେଖ

ଭାରସାମ୍ଯ ହୀନ କର୍ମ ତତ୍ପରତା,

ଅସାମଞସ୍ଯ ଚିନ୍ତା ଓ ଚେତନା,

ପ୍ରଲୋଭିତ ଜିବ ସତ୍ତା,

ବିଧ୍ବଂସକାରୀ ଅସ୍ତ୍ରଶସ୍ତ୍ର ତଥା

ବିଷମୟ ରାସାୟନିକ ପଦାର୍ଥ।।

କେମିତି ବଞ୍ଚିବ ଏ ସବୁଜ ଦୁନିଆଁ

ଜୀବନ ଓ ଜୀବିକାର ପ୍ରୋତ୍ସାହନ

ଏ ସବୁଜ ଦୁନିଆ

କେଇ କ୍ଷଣ ପରେ ହେବ ଧ୍ବଂସ

ବଞ୍ଚିବାର ଥିଲେ ତିଳେ ମାତ୍ର ଆଶ

ଏ ସବୁଜ ଦୁନିଆ କୁ ବଞ୍ଚେଇ ରଖ।।


Rate this content
Log in

Similar oriya poem from Inspirational