ସବୁ ଲାଗେ ବେକାର
ସବୁ ଲାଗେ ବେକାର
ଏ କୁଆଁରୀ ମେଘ ମହ୍ଲାର
ଏ କୁହୁକିନୀ ହେମାଳ ବୟାର
ସବୁ ଲାଗେ ବେକାର
ଯଦି ତୁମେ ନ ଦିଶ ଛାତ ଉପର
ଏ କୁଣ୍ଡାଝଡ଼ା ବର୍ଷା ଛଟକ
ଏ ସଞ୍ଜ ସମୀରଣ ଅଟକ
ସବୁ ଲାଗେ ବେକାର
ଯଦି ତୁମ ଆଖିରେ ମିଶେନା ଆଖି ମୋ'ର
ଏ ବର୍ଷାଭିଜା ଗଛଲତାର ଲାଜ
ଏ ମାଟିମଗ୍ନା ଧରଣୀର କୌମାର୍ଯ୍ୟ
ସବୁ ଲାଗେ ଦେକାର
ଯଦି ତୁମେ ବାହୁପାଶେ ନ ଆସ ଖର
ଏ ମେଘ ମେଦୁର ହେଣ୍ଟାଳ
ଏ ବର୍ଷା ବିଜୁଳି କଟାଳ
ସବୁ ଲାଗେ ବେକାର
ଯଦି ତୁମେ ପାଖେ ବସି ଘଷି ନ ପଚାର
ଏ ତୋଫାନ ରାତିର ଶୂନ୍ୟତା
ଏ ଫେରାର୍ ବିଜୁଳିବତୀର ମୂଲ୍ୟତା
ସବୁ ଲାଗେ ବେକାର
ଯଦି ତୁମେ ଗପୁ ନ ଥିବ ନୀରବ ନୀଥର
ଏ କାମୁକ ରାତ୍ରୀର ଆସର
ଏ ଆରାମଦାୟକ ପଲଙ୍କ ଚାଦର
ସବୁ ଲାଗେ ବେକାର
ଯଦି ତୁମେ ନାହଁ ଅଙ୍ଗଲତା ବିନା ଅମ୍ବର ।
