ସାତବର୍ଣ୍ଣା
ସାତବର୍ଣ୍ଣା


ଆକାଶରୁ ଝରିଯାଉଥିବା
ଦେବରେଣୁର ଦିବ୍ୟ ମନ୍ତ୍ର ସ୍ପର୍ଶ କଲା ପରେ?
ନା ଯୌବନର ପ୍ରଥମ ଛୁଆଁରେ
କାମନାର ଯଜ୍ଞଶାଳାରୁ ବିଭୁତି ସ୍ନାନ କଲା ପରେ?
କେବେତ ପାଲଟି ଥିଲ
ସାତବର୍ଣ୍ଣା ଈଶ୍ଵରୀ ଟିଏ !
କେବେ ତ ପାଲଟି ଥିଲ ସାତବର୍ଣ୍ଣା ଈଶ୍ଵରୀ ଟିଏ,
ଜୀବନର ଚଲା ବାଟେ,
ଚଲା ବାଟର ପଥେ ପଥେ
ପ୍ରସବି ଥିଲେ ଦିନେ
ଅକ୍ଷତ ମର୍ମରେ କେଉଁ
ବିକ୍ଷାତ ପ୍ରେମର କଥା ଟିଏ।
ନିଷ୍କାମ ସୁକୁମାର ଏଠି ଭ୍ରମର ପାଲଟି ଗଲା,
ଭ୍ରମରରୁ ଭ୍ରମୀ ଭ୍ରମୀ ନାଗର ପାଲଟି ଗଲା,
ନାଗର ପଲରେ ଗୁଞ୍ଜରିତ
ନାଗରାର ଗୁଞ୍ଜରଣରେ
ଝୁମି ଥିଲା ଝୁମେଇ ଥିଲା
ଝୁମି ଝୁମି ନାଗରରୁ
ଜୀବାଶ୍ମ ପାଲଟି ଗଲା
ନିଷ୍କାମ ସୁକୁମାର ଏଠି ଭ୍ରମର ପାଲଟି ଗଲା ।