ସାଙ୍ଗ
ସାଙ୍ଗ
ଜୀବନରେ ଏମିତି ସାଙ୍ଗ ଦରକାର
ଯିଏ କଲ କରୁଥିବ
ମେସେଜ ଦେଉଥିବ
ସୁପ୍ରଭାତ କହୁଥିବ
ସୁଖ ଦୁଃଖ ବାଣ୍ଟିବା
ଭଲମନ୍ଦ ବୁଝିବା
ଯେତେବେଳେ ଭେଟି ପାରିବ
ହସୋଇଥିବ, ଗାଳି ଦେଉଥିବ
ଯାତ୍ରା କରୁଥିବ,
ଭିତର ବାହାର ବୁଝୁଥିବ
ପରାମର୍ଶ ଦେଉଥିବ
ଲୁହ ପୋଛିଦେଉଥିବ
ଯଦି ଏପରି ସାଙ୍ଗ ମିଳେ
ତେବେ ଭାଗ୍ୟବାନ ହେବ
ଯଦି ସମ୍ଭବ ତେବେ କାହାର
ଭଲ ବଂଧୁ ହୋଇ ରୁହ।
କାହା କଥା ଶୁଣିବାକୁ ଚେଷ୍ଟା କର
ଦୁନିଆରେ ବହୁ ଲୋକ ଏକୁଟିଆ
ଭୋଗନ୍ତି ଅବସାଦ
ଆଜିର ଦିନରେ ଆତ୍ମହତ୍ୟା ଅଧିକ
କେବେ ଭାବିଛକି?
କାରଣ ସେମାନଙ୍କର
ବହୁତ କିଛି କହିବାର ଅଛି
ଶୁଣିବାର ଲୋକକେଇ ନାହାନ୍ତି।
ପ୍ରେମ ପରମାତ୍ମା ଙ୍କ ପରମାତ୍ମା
ସବୁ ଦେବତାଙ୍କ ଇଷ୍ଟ
ନାରୀ ତାଙ୍କର ଦୁଃଖ ବାଣ୍ଟି ପାରନ୍ତି ନାହିଁ
ଆଖିରୁ ଲୁହ ଝରାଇ ରୁହନ୍ତି
ଭଲ ସାଙ୍ଗ ଟିଏ ତାଙ୍କର ହୁଅ
ସେ ତୁମକୁ ତାଙ୍କ ମନର କଥା କହିବେ
ତୁମେ ତାଙ୍କ ଆଖିର ଲୁହ ବୁଝ
ସେ ତୁମକୁ ଭଲ ପାଇବେ
ଯେମିତି ଠାକୁରାଣୀଙ୍କ ବର ମିଳେ
ନାରୀର ପ୍ରେମ , ଲକ୍ଷ୍ମୀଙ୍କ ଧନ
ପୁରୁଷର ଭାଗ୍ୟ ଅଟେ ।