ରଙ୍ଗର ପର୍ବ ହୋଲି
ରଙ୍ଗର ପର୍ବ ହୋଲି
ରଙ୍ଗର ପର୍ବ ହୋଲି
ଆସୁଛି ରଙ୍ଗ ବୋଲିବ ବୋଲି
ମାଆର ପଣତେ ବାପାଙ୍କ ଆକଟେ
ଦିଶେ ସବୁ ନାଲି ନାଲି
ଧରଣୀ ରାଣୀର ସବୁଜ ପଣତେ
ରଙ୍ଗର ଉତ୍ସବ ହୋଲି
ହଳଦିଆ ପତ୍ର ଝଡ଼ୁଛି ବୋଲି
ହଳଦୀ ବସନ୍ତ ମୁଁହଟା ଦିଶେ ଖାଲି
କଳା ଅଞ୍ଜନ ଆଖିରେ ମାଖି
ଚାଁହୁଛି ବୁଲି ବୁଲି
କମଳା ରଙ୍ଗରେ ନାଲି ପ୍ରେମ ବୋଳି
ସବୁଜ ଜୀବନ ଉଠୁଛି ପଡୁଛି ଖାଲି
ନୀଳ ବାଇଗଣୀ ଧଳା
ବାଦାମୀ ଦିଶୁଛି ସୂର୍ଯ୍ୟ ଗଲେଣି ଢଳି
ଆସିବେ ଆସନ୍ତା କାଲି
ଖେଳୁଥିବା ଯେବେ ରଙ୍ଗରେ ରଙ୍ଗରେ
ରଙ୍ଗପର୍ବରେ ହୋଲି
ସିନ୍ଦୁର ଟୋପାରେ ସାଧବ ବୋହୂପାଟରେ
ନାଲି ରଙ୍ଗ ମାଖି ଦେଇ ସଖି
କିଏସେ କରିଛି ରଂଗାରଙ୍ଗ ବୋଲି
ଫଗୁଣ ଚାଁହୁଛି ବୁଲି
ଶ୍ରାବଣ ଧୋଇବ ରାଧା କୃଷ୍ଣ ପାଦ
ରଙ୍ଗର ପସରା ମେଲି
ଭୋଦୁଆ ଆକାଶ ଭାଦ୍ରବରେ ଶୁଦ୍ଧ ପୁତ ହୋଇ
ଆସିବ କହିଛି କାଲି
ବସନ୍ତରେ ପିକ ଗାଏ ବାସନ୍ତୀକା
ରଙ୍ଗର ଆସରା ପସରା ହୋଲି ଆସିଛି ବୋଲି
ରାଧା କୃଷ୍ଣ ଝୁଲା ରଙ୍ଗେ ରଙ୍ଗାୟିତ
କରିଦେଇ କିଏ ଗଲା ଚାଲି
ଫଗୁଦଶମୀରେ ଫଗୁର ରଙ୍ଗରେ
ପ୍ରେମ ଓ ଭଲପାଇବାର ରଙ୍ଗ ଦିଶୁଛି ସତେକି
ନୀଳିମା ଭିତରେ ନାଲି
ଆସିଛି ଯେଣୁ ରଙ୍ଗର ପର୍ବ ହୋଲି କାଲି ।
