ରକ୍କି
ରକ୍କି
ଆମ ଘରକୁ ଆସିଥିଲା ଦିନେ
ଏକ କୁନି କୁକୁର ଛୁଆ
ଧୂସର ରଙ୍ଗ ଦେହଟି ତାର
ମୁହଁ ତମ ତମ ଧଳା
ଗୋଲାପୀ ରଙ୍ଗ ଜିଭଟି ତାର
କଳା ରଙ୍ଗର ନାକ
ଦେହଟି ତାର ଭାରି ଚିକ୍କଣ
ଖସଡ଼ି ଯାଏ ହାତ
ଠିଆ ଠିଆ ତା କାନ ଦୁଇଟି
ଟଣା ଟଣା ତା ଆଖି
ଯେତେ ଦେଖିଲେ ବି ପୁରେନା ମନ
ତା ଚେହେରାଟା ଏମିତି
ମିଟି ମିଟିକା ଚାହୁଁଥିଲା ସେ
ସଭିଙ୍କୁ ସ୍ନେହରେ
ପୁରି ଉଠିଲା ଆମରି ମନ
ଆନନ୍ଦ ଲହରେ
ରକ୍କିିି ତା ଦେଲୁ ନାଁଟି
ଆମେ ସରଧାରେ
ଖେଳିଲା ପେଣ୍ଡୁ ଆମରି ସାଥେ
ସେ ନିସଂକୋଚରେ
ବିଦାୟ ନେଲା ଆମଠୁ ଯେବେ
ଆଖିରୁ ବୋହିଲା ଲୁହ
ନାଚି ଉଠିଲା ତା ଚେହେରା
ସଂଜ ଆଉ ସକାଳ
ଏତେ ଗୁଲୁ ଗୁଲୁୁ କୁକୁର ଛୁଆ
ଦେଖିନି କେଉଁଠି
ଖୁସି ରେ ଥାଉ ଯେଉଁଠି ଥାଉ
ସବୁ ବେଳେ ସେମିତି।
