କବିତା ମାଳା
କବିତା ମାଳା
1 min
2
ଭାବନା ରାଇଜେ ବୁଲୁଛି ଏମନ
ଲେଖିବାକୁ ଆଜି କିଛି
କିଛି ତ ଭାବନା ଆସୁନାହିଁ କାହିଁ
ଆଜି ର ଏଇ ମନୋ ସ୍ଥିତି ।
ସୁଖରେ ଲେଖିବି ଅବା ଦୁଃଖରେ ଲେଖିବି
ଭାଳୁଚି ଏ ମନ ବସି
ପ୍ରେମ ରେ ଲେଖିବି ଅବା ବିରହେ ଲେଖିବି
ଚିନ୍ତା ରେ ବୁଡ଼ିଚି ବସି
ବଡ ଗମ୍ଭୀର ଏଇ ପରିସ୍ଥିତି।
ହରଡ଼ଘଣାରେ ରେ ପଡ଼ିଛି ଆଜି ମୁଁ
ସାଥୀ ମୋତେ ଦିଅ ବୁଦ୍ଧି
ତୁମେ ସାଥେ ଥିଲେ ମନ ବଗିଚାରେ
ଫୁଲ ଫୁଟି ଯିବ ଜାତି ଜାତି ।
ସେ ଫୁଲ କୁ ତୋଳି ଗୋଟି ଗୋଟି କରି
ଗୁନ୍ଥିବି ମୋ ହସ୍ତେ କବିତା ମାଳା ଟେ ବସି।
