STORYMIRROR

Alhadini Panigrahi dash

Inspirational

4  

Alhadini Panigrahi dash

Inspirational

ରାକ୍ଷୀ ଟିଏ ଜଗା କୁ

ରାକ୍ଷୀ ଟିଏ ଜଗା କୁ

1 min
87

ଭାବର ସୁତାରେ ଲୁହ ବିନ୍ଦୁ ମୋତି

  ମିଶାଇ ଗୁନ୍ଥିଛି ରାକ୍ଷୀ

ଗୁନ୍ଥିବା ପାଇଁକି ବିତେ ସାରା ରାତି

  ଶ୍ରାବଣ ରହିଛି ସାକ୍ଷୀ ୧ା


ଅନ୍ତରର ସ୍ନେହ, ଶ୍ରଦ୍ଧାର କୁସୁମେ

   ରାକ୍ଷୀ ମୋ ଉଠୁଛି ହସି

କଦମ୍ବ କୁସୁମ ମହକ ଆଘ୍ରାଣେ

  ଫୁଲ କରିବୁନି ବାସି ୨ା


ହ୍ରୁଦୟକୁ କରି ବନ୍ଦାପନା ଥାଳି

   ଆୟୁଷ ଦିପାଳୀ ଜାଳି

ନିଶ୍ବାସର ତେଲ ଦେଇଅଛି ଢାଳି

  ତୋତେ ବନ୍ଦାଇବି ବୋଲି ୩ା


ମନର ବିମାନେ ,ତୋ ଛନ୍ଦା ଚରଣେ

   ରାକ୍ଷୀ ମୋ ଦେଲି ପଠାଇ

ଫିଙ୍ଗି ଦେବୁ ନାହିଁ ଶ୍ରୀମନ୍ଦିର କୋଣେ 

  ଶୁଭଦ୍ରାଙ୍କ ରାକ୍ଷୀ ପାଇ ୪ା


ଭକତିର ସଂଜ୍ଞା ଜଣାନାହିଁ ମୋତେ

   ଆହେ ପ୍ରଭୂ ଚଉବାହା

ଭାଇଟିଏ ହୋଇ ବିପଦେ,ଆପଦେ

  ହେଉଥିବୁ ଟିକେ ସାହା ୫I


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational