Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Aryan Murmu

Tragedy

4  

Aryan Murmu

Tragedy

ରାହା

ରାହା

1 min
22.6K


ମୁଁ ଅନେକ ଥର ଭାଙ୍ଗିପଡିଛି

ମୋର ସମସ୍ତ ଲୁହକୁ କାନ୍ଦି ସାରିଦେଇଛି

ମୁଁ ଭୁଲିଯିବାକୁ ଚେଷ୍ଟା କରିଛି

ମୋ ହୃଦୟର ଏହି ସବୁ ଯନ୍ତ୍ରଣାକୁ ।

କିନ୍ତୁ ମୋତେ ଶିଖାଇବା ପାଇଁ କୌଣସି ମାନୁଆଲ୍ ନଥିଲା

କି ପୁନଃଆରମ୍ଭ ବଟମକୁ କିପରି ଦବାଇବି

ମୋ ଜୀବନର ।

ମୁଁ ଏକାଧିକ ଥର ପରାସ୍ତ ହୋଇଛି

କିନ୍ତୁ ମୁଁ ହାରିଯିବାକୁ ମନା କରିଦେଲି

ଏବଂ ସମସ୍ତ ସୁଯୋଗକୁ ଆପଣେଇଥିଲି

ଯାହା ମୋ ପଥକୁ ଆସୁଥିଲା

କିନ୍ତୁ ମୋର ହେଇଥିବା କ୍ଷତି

ସେହି ଯୁଦ୍ଧମାନଙ୍କରେ

ତୁରନ୍ତ ସଂଶୋଧନ ହେବ ନାହିଁ

ଅବା ସହଜରେ ।

ମୋତେ କ୍ଷତ ସହ ବଞ୍ଚିବାକୁ ପଡିବ

ଏବଂ ସମସ୍ତ ଦାଗ

ଏବଂ ସମସ୍ତ ଭଙ୍ଗା ଖଣ୍ଡ

ଏବଂ ଯୁଦ୍ଧ ଜାରି ରଖିବି

ଶେଷ ପର୍ଯ୍ୟନ୍ତ ।

କିନ୍ତୁ ମୋର ଯନ୍ତ୍ରଣାର ସମାପ୍ତ ହେବ କି ?

ନା ମୋର ଶେଷ !


Rate this content
Log in

More oriya poem from Aryan Murmu

Similar oriya poem from Tragedy