ପୁରୁଣା ଚିଠି ...
ପୁରୁଣା ଚିଠି ...
ତୁ ସିନା ଛାଡି ଚାଲିଗଲୁ
ସ୍ମୃତି ଆମ ସବୁ ରହିଗଲା ,
ତୋର ହାତ ଲେଖା ସେଇ
ପୁରୁଣା ଚିଠି ସବୁରେ l
ସାଇତି ରଖିଛି ସେସବୁ ,
ରଖିଥିବି ମଧ୍ୟ ଆଗକୁ l
ତକିଆ ତଳେ ବଂଚେଇ ରଖିଛି ,
ନିଈତି ରାତିରେ ପଢେ
ଗୋଟିଏ ଗୋଟିଏ ଚିଠି,
ତକିଆ ତଳେ ନିଶ୍ୱାସ ରୁନ୍ଧି
ହେଇଯାଉଥିବା ଚିଠି ଗୁଡିକୁ
ନୂତନ ପ୍ରାଣ ସଂଚାର କରେ l
କେମିତି ମାରିବି ?
ତା ଭିତରେ ତୁ ଅଛୁ ପରା
ଆମ ସ୍ମୃତି ସବୁ ଅଛି ,
ତୋ ଚେହେରା ପରି
ଗୋଲ ଆଉ ସୁନ୍ଦର ,
ଶବ୍ଦମାନଙ୍କ ମେଳରେ l
ତାକୁ ନଈ ସୁଅରେ
ଭସେଇ ଦେବିନି ମୁଁ,
ତୁ ପରା ପାଣିକୁ ବହୁତ ଡରୁ l
ଚିରି ପାରିବିନି ତାକୁ
ତୋ ଆଙ୍ଗୁଠି ଟିକେ କାଟିଗଲେ
ପରା ତୁ ବହୁତ କାନ୍ଦୁ l
ଡଷ୍ଟବିନ ରେ ଫୋପାଡିବିନି
ତୋତେ ଡଷ୍ଟବିନ ର ଗନ୍ଧରେ
ବାନ୍ତି ହେଇଯାଏ ପରା l
ତାକୁ ନିଆଁ ରେ ଜାଳି ବି ଦେବିନି
ତୋ ଦେହରେ
ଗରମ ପାଣି ଠୋପେ
ପଡିଗଲେ ତୁ
ପରା ସହିପାରୁନି l
ନଈର ସୁଅ , ଚିରିଯିବା ର କଷ୍ଟ
ଆଉ ନିଆଁ ର ଜ୍ୱାଳା କେମିତି ସହିବୁ ?
ତୁ ସିନା କଥା ଦେଇ ଭୁଲିଗଲୁ
ମୁଁ କଥା ଦଉଛି , ମୁଁ ବଂଚିଥିବା ଯାଏ
ତୋତେ ବଂଚେଇ ରଖିଥିବି
ଏ ଚିଠି ଭିତରେ
ତୁ ଆଉ ମୁଁ ଏକାଠି ଥିବା
ଏଇ ଗୋଟିଏ ଘରେ l

