STORYMIRROR

Ramanlal Dasmandal

Abstract

2  

Ramanlal Dasmandal

Abstract

ପତିଗୃହେ ଶକୁନ୍ତଳା ଗମନ |

ପତିଗୃହେ ଶକୁନ୍ତଳା ଗମନ |

1 min
519

ପତିଗୃହେ ଶକୁନ୍ତଳା କରିବେ ଗମନ

ଭଳି କଣ୍ୱଆଶ୍ରମ ଆଜି ବିଷାଦ-ମଗନ

ପୁଷ୍ପପତ ଛଳେ ତରୁ ଲୋତକ ପକାଇ

କାନ୍ଦନ୍ତି ସରଳ ସଖି ଗୁଣଗଣ ଧ୍ୟାୟି

ଶୋକର ତାମସୀ ଛାୟା କାୟାକୁ ବିସ୍ତାରି

ଆଶ୍ରମର ଚଉଦିଗ ଅଛଇ ଆବୋରି

ବୃଦ୍ଧା ଗୌତମୀ, ପ୍ରିୟମ୍ବଦା, ଅନଶୁୟା

କରନ୍ତି ବିଳାପ ହୋଇ ଆକୁଳହୃଦୟା

ନିର୍ବିକାର କଣ୍ୱମୁନି ବିକାରକୁ ଭଜି

ନୀରବେ କରନ୍ତି ଶୋକ ଲୋତକ ବରଜି

ଗୃହୀଜନସୁଲଭ ଏ ଶୋକାବେଗେ ପୁଣି

ଲସଇ ହେଉଛନ୍ତି ମୁନି ଚିତ୍ତମଧ୍ୟେ ଗୁଣି

ଶକୁନ୍ତଳା ପତିଃଗୃହେ କରିବେ ଗମନ

ଜଡୀଭୁତ ନେତ୍ର ମୋର କଣ୍ଠ ବାକ୍ୟହୀନ

ବନବାସୀ ତପସ୍ୱୀ ମୁଁ, ମାୟା ମୋ ଏସନ 

କନ୍ୟା ତେଜି ନହଉଥିବା କିସ ଗୃହୀଯନ

ଭାଲୁ ଏହିକ୍ରମେ ମୁନି , ନବୀନ ଦୁକୂଳେ 

ମଣ୍ଡି ମାଗିଲେ ଧନୀ ବିଦାୟ କରୁଣା

ଶୋକ ନଦୀ ବନ୍ଧ ଭାଙ୍ଗିଗଲା ତତକ୍ଷଣ

ଲୋତକରେ କରି ସିକ୍ତ ଭାଷା ମୁନିବର 

ବିହିଲେ ଆଶିଷ " ବତ୍ସ , ଲଭ ଗୋ ସତ୍ୱର 

ସୁତା ରାଜଚକ୍ରବର୍ତ୍ତୀ ଲକ୍ଷଣ ସଂଯୁକ୍ତ 

ସଧବା ସିନ୍ଦୁର ଶିରେ ରାଜୁମା ଅଖ୍ୟାତ |


( Stay tuned for next part it will be continued in next part SBCNCRNPTNYK )


Rate this content
Log in

Similar oriya poem from Abstract