Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ramanlal Dasmandal

Others

4.0  

Ramanlal Dasmandal

Others

ମର୍ତ୍ତ୍ୟପୁରେ ବାସ

ମର୍ତ୍ତ୍ୟପୁରେ ବାସ

1 min
203


ମର୍ତ୍ତ୍ୟପୁରେ ବାସ , କେତେ ହାସ , କେତେ ଦୁଃସାହସ ,

କେତେ ବ୍ୟଥା , କେତେ ଆନନ୍ଦ , କେତେ ରାସ,

ଜୀବନ ଯୌବନ ମହାବିଳାସ,

ପୁଣି ତହିଁରେ କାତରତା , ବିମୁଖତା , ଚିନ୍ତା ନିମେଷ ନିମିଷ,

ମର୍ତ୍ତ୍ୟପୁରେ ବାସ , ଅମୀୟ ବରଷ , ପୁଣି ବିରକ୍ତି ସନ୍ୟାସ ,

ମର୍ତ୍ତ୍ୟପୁରେ ବାସ , ଆସ , ଆସ ରାସରସ ମର୍ତ୍ତ୍ୟପୁରେ ବାସ ,

କୋକିଳ ଡାକୁଛି, ଯୌବନ ଆସୁଛି, ଆସୁଛି ଉଲ୍ଲାସ ,

ମର୍ତ୍ତ୍ୟପୁରେ ବାସ , କେତେ ସଖା ସଖୀ କେତେ ପ୍ରାଣ ପୀୟୂଷ ।


ମର୍ତ୍ତ୍ୟପୁରେ ବାସ , ଆସ ଆସ , ଏ ଜୀବନ ମଧୁ ଲୁଟ ନକରି ସନ୍ୟାସ, 

ମର୍ତ୍ତ୍ୟପୁର ବାସ , ଶୁଣ , ଶୁଣ କେତେ ଡାକେ କୋକିଳ ବୟସ,

ମର୍ତ୍ତ୍ୟପୁର ବାସ , ରାସ , ରାସ , ରସୋ ବେଶଃ , ଏଠି ନାହିଁ ସନ୍ୟାସ, 

ଏଠି ରାସ ରଚ , ରଚ ହାସ , ସୁବାସ , ଆଣ ପୁଷ୍ପହାସ ,

ମର୍ତ୍ତ୍ୟପୁରେ ବାସ , ମଧୁକର ସଞ୍ଚୟ , ଦାନକାର ଅହରହ,

ପ୍ରେମ , ପ୍ରୀତି , ଚନ୍ଦନ ,ସୁବାସ , ଆରତୀ , ରତି, ହାସ,

ମର୍ତ୍ତ୍ୟପୁରେ ବେଶ , ଆସ , ଆସ ଆଉ ଦିଦିନ ରଚ ରାସ।


Rate this content
Log in