STORYMIRROR

Bikash Raulo

Romance

4  

Bikash Raulo

Romance

ପ୍ରତୀକ୍ଷା

ପ୍ରତୀକ୍ଷା

1 min
250

ପ୍ରତୀକ୍ଷା, ଗୋଟେ ପ୍ରେମିକର

କାହିଁ କେତେ ଯୁଗରୁ

ସବୁ ବନ୍ଧବାଡ ଡେଇଁ

ପ୍ରେୟସୀ ସହ ଏକାକାର ହୋଇଯିବାର

ବୋଧେ ଆଜି ଆସିଯିବ ସେ

ଏକୀଭୂତ ହୋଇଯିବ ମନ ଆଉ ପ୍ରାଣ

ସବୁ ବନ୍ଧନ ପର ହୋଇଯାଉ ପଛେ 

ସେ ଆସୁ

ଏ ପ୍ରତୀକ୍ଷାରେ ନିଦ ହଜେ, 

ଆଖିର ପାତକ ଶୁଖିଯାଏ 

ତଥାପି ସେ ଆସୁ

ତା ଠାରେ ତଲ୍ଲୀନ ହୋଇ

ନିଜକୁ ହଜେଇ ଦେବା ତ ପ୍ରେମର ପୂର୍ଣ୍ଣତା

ପରନ୍ତୁ ଏ ତଲ୍ଲୀନତାରେ 

କ'ଣ ପ୍ରେମର ପୂର୍ଣ୍ଣତା ଥାଏ ?

କେବଳ ପ୍ରତୀକ୍ଷା ହିଁ ପ୍ରତିକ୍ଷଣ

ଅଭୁଲା ସ୍ମୃତି ସବୁକୁ ସତେଜ ଓ ସଜଳ କରି

ମିଶିଯିବାର ଏ ପ୍ରବଣତାକୁ ପ୍ରବଳ କରାଏ

ବେଳେ ବେଳେ ମନେହୁଏ

କେବେ ନ ଆସୁ ସେ ପ୍ରେମିକା

ନ ମିଶୁ ଏ ପ୍ରେମିକ

ନ ଘଟୁ କେବେ ଏ ପ୍ରତୀକ୍ଷାର ଅନ୍ତ

କେବଳ ପ୍ରତୀକ୍ଷା ପ୍ରେମର ପ୍ରେମିକର

କାହ୍ନୁର ରାଧାର, କାହ୍ନୁର ଗୋପାଙ୍ଗନାଙ୍କର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance