STORYMIRROR

Bikash Raulo

Classics Others

3  

Bikash Raulo

Classics Others

ଦୋଳେ ଦୋଳଗୋବିନ୍ଦ

ଦୋଳେ ଦୋଳଗୋବିନ୍ଦ

1 min
260

ଅପୂର୍ବ ଏ ମାଟିର ସ୍ୱାଦ

ଅନନ୍ୟ ଯେଉଁଁଠି ଜୀବନ ଓ ମୃତ୍ୟୁ

ଓ କରିଦେଲେ ଯହିଁ

ଧାଇଁଁ ଆସନ୍ତିିି ଇଶ୍ଵର

ଆହା କରିଦେଲେ

ଅପସରି ଯାଏ

ସବୁ କ୍ଲେଶ ଓ ଯନ୍ତ୍ରଣା।

ଇଶ୍ଵର ବି ଏଠିି ଖେଳନ୍ତି,

ଗାଇ ଚରାନ୍ତି

ମାଟିିଖିଆ ପାଟିରେ ଦେଖାନ୍ତିି

ସଚରାଚର ବ୍ରହ୍ମାଣ୍ଡ।

ଅଗିରେ ଦିଅନ୍ତି ପରୀକ୍ଷା

ସବାରୁଆର କାନ୍ଧରେ କାନ୍ଧରେ

ଯଶୋଦାର କାନ୍ଦରେ କାନ୍ଦରେ

ଗଉଡ ପୁଅର ସାଙ୍ଗରେ ସାଙ୍ଗରେ

ରାଧାର ଛାନ୍ଦରେ ଛାନ୍ଦରେ

କାହା ସହ କେତେ ଫାନ୍ଦରେ ଫାନ୍ଦରେ

ସେ ଛନ୍ଦବନ୍ଧରେ ଆମେ ସବୁ ଅନ୍ଧରେ

ଆଶାବାଡି ହୋଇ

ବାଟ କାଢିଦେଉ

ଏ ଜୀବନ ଦ୍ବନ୍ଦରେ

ଏ ଅଳି ତୋ ଚରଣେ

ରେ ନନ୍ଦନନ୍ଦରେ...।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics