STORYMIRROR

Bijayini Panda

Abstract

2  

Bijayini Panda

Abstract

ପ୍ରତାରଣା

ପ୍ରତାରଣା

1 min
13.9K


ଜୀବନର ସବୁକିଛି ସମର୍ପଣ କଲା ପରେ ବି,

ଲୁହ, ଲହୁ ରକ୍ତ ମାଂସ ଦେଇଦେଲା ପରେ ବି,

ନିଜ ଅନ୍ତରର ନିଭୃତ କୋଣରୁ ସବୁକିଛି ସାଉଁଟି ସାରିଲା ପରେବି, 

କୁହ ତୁମେ କିଛି

 ପାଇନାହଁ।

ଅଯୋନୀ ସମ୍ଭୁତା ସୀତା

ମୁଁ ନୁହେଁ ଯେ ବାରମ୍ବାର ଅଗ୍ନି ପରୀକ୍ଷା ଦେଉଥିବି,

ତୁମେ ବାରମ୍ବାର ମତେ ଆଘାତ ଦେଇ ମୋ ସତିତ୍ୱର ପରୀକ୍ଷା ନେଉଥିବ।

କେତେବେଳେ ଥିଲା ତୁମ ସେ ମର୍ଯ୍ୟାଦା ପୁରୁଷୋତ୍ତମତ୍ୱ 

ଯେତେବେଳେ ଏକା ଏକା ବନବାସରେ ଛାଡି ଦେଇଚାଲି ଆସିଥିଲ,

ଅସୁର ମାନଙ୍କ ଗହଣରେ,ଚିରି ଫାଡ଼ି ଅସ୍ତବ୍ୟସ୍ତ କରି ପକେଇଥିଲେ ମତେ ସେମାନେ,

ନା ତୁମେ ଥିଲ, ନା ସେ ସଖା ଥିଲେ ଯେ 

କୋଟି ବସ୍ତ୍ର ଦାନର ସୌଭାଗ୍ୟ ମୁଁ ଅରଜିଥିଲି, 

ତଥାପି ତୁମେ କୁହ ଛଳନା,

ଦେବକୀ ପରି କାରାରୁଦ୍ଧରେ ଛଟପଟ ମୁଁ, 

ଗୋଟିଏ ପରେ ଗୋଟିଏ ସନ୍ତାନକୁ ବଳିଦାନ ଦେଲା ପରେ ବି, 

କୁଆଡେ ଥିଲା ତୁମ ସେ ପୁରୁଷ ପଣିଆ, ତଥାକଥିତ ପୌରୁଷତ୍ଵ,

ଧିକ୍କାର କରେ ମୁଁ, ସେ ମାର୍ଯ୍ୟାଦାକୁ

ଯିଏ ପରପୁରୁଷର କୋଳରେ ଟେକିଦେଇ ଆସିଥିଲା ନିଜ ଇଜ୍ଜତକୁ, ତଥାପି ତୁମେ କୁହ ଛଳନା,

ଓହୋ, ଭୁଲି ଯାଇଥିଲି ଯେ , ମୁଁ ନାରୀ,

ଖାଲି ଦେବା ହିଁ ମୋର ବ୍ରତ, 

ନେବା ଟା ମୋ ପାଇଁ ସ୍ୱପ୍ନ,

ମୋ ସ୍ୱପ୍ନ, ମୋ ଭାବନା, ମୋ ଅସ୍ତିତ୍ବର କିଛି ମାନେ ନାହିଁ।



●●●

ବିଜୟିନୀ ପଣ୍ଡା

ଶିକ୍ଷୟିତ୍ରୀ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Bijayini Panda

Similar oriya poem from Abstract