STORYMIRROR

Balabanta Sahu

Inspirational

2  

Balabanta Sahu

Inspirational

ପ୍ରକୃତ ମଣିଷ

ପ୍ରକୃତ ମଣିଷ

1 min
13.4K


ହଁ...

ଏ ହିଁ ମଣିଷ..

ବାସ୍ତବ ମଣିଷ..

ଯିଏ କି ଗୋଡ଼ କାଢ଼ିଛି..

ବାସ୍ତବତାକୁ ଖାତିର୍ ନକରି

କୋଟିଏ ସ୍ୱାର୍ଥର ସ୍ୱପ୍ନକୁ ଧୂଳିସାତ କରି

ଭଦ୍ରମୁଖା ମାନଙ୍କ ବାଧାକୁ ମଥାପାତି ସହ୍ୟକରି 

ମନେ ମନେ ପଙ୍ଗୁ ଲଂଘୟତେ ଗିରି ସ୍ମରଣ କରି

ବାହାରି ଆସିଛି ମାନବିକତାହୀନ ସମାଜରୁ...

ପ୍ରୟୋଗ କରି ତା 'ବିବେକପଣିଆକୁ

ଆଉ ଦୁଃଖି ଆଖିରେ ଦେଇପାରିଛି ଟିକେ ହସ

ତା'ପୁଣି ନିଜ ହାତରେ ପୋଛି ଦେଇ ଆଖିଲୁହ ।

ହଁ..

ଏ ହିଁ ପ୍ରକୃତ ମଣିଷ ।

ଏମିତି ଖାଇବା , ପିଇବା ଆଉ ଶୋଇବା ତ

ପଶୁମାନେ ବି କରନ୍ତି..

ଏମିତି କିଛି ନିଃସ୍ୱାର୍ଥପର କାର୍ଯ୍ୟ କରିପାରେ କେବଳ ମଣିଷ

ହଁ , ଏ ହିଁ ପ୍ରକୃତ ମଣିଷ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational