STORYMIRROR

Panchanan Jena

Inspirational

3  

Panchanan Jena

Inspirational

ପ୍ରଜ୍ଞା ପ୍ରହରୀ

ପ୍ରଜ୍ଞା ପ୍ରହରୀ

1 min
163


ସେ ପରା ନାରୀ

ଦେଇ ଦେଇ ଥକି ଯାଇନି

ବରଂ ଦଳି ମକଚି ଯାଇଛି ସରି

ସମର୍ପି ସର୍ବସ୍ଵ ସର୍ବସ୍ଥାନେ ସର୍ବକାଳେ

ମୁରୁକି ହସି ପାରେ କଷ୍ଟକୁ ଚଳୁ କରି

କାରଣ ---- ସେ ପରା ନାରୀ ।


ଦେଇଛି ଭୃଣକୁ ଜୀବନ୍ୟାସ ଜୀବନ

ଆଉ ପୁରୁଷ ପାଇଁ ନିଃସର୍ତ୍ତ ସମର୍ପଣ

ତନ ମନ ଧନ ଯୌବନ 

ସାରା ଜୀବନ ଯାପନ 

ଗାଳି ମାଡ଼ ଖାଇଛି ପଛେ 

ବାକ୍ୟ ବାଣରେ ଲହୁ ଲୁହାଣ 

ଦେବାରେ ହେଳା କରିନି ପାରି 

କାରଣ --- ସେ ପରା ନାରୀ ।


ଘର କହୁଛ ସ୍ଵର୍ଗଠୁ ସୁନ୍ଦର

ମର୍ତ୍ତରେ ପାରିଜାତ ପୁର

ମାତ୍ର ଚାରିକାନ୍ଥ ଚୌହଦୀରେ ସନ୍ତୁଳା

ମେଘନାଦ ପାଚେରୀରେ ବନ୍ଦୀ ରହି

ତ୍ୟାଗ ତର୍ପଣରେ ଆପଣାଏ

ସେବା ବଳିଦାନରେ ଯୋଡିଦିଏ

କରୁଣା ମମତାରେ ମହକାଏ

ସ୍ନେହ ପ୍ରେମରେ ବରଷାଏ

ଘର ପରିବାର ରାନ୍ଧି ବାଢି କ୍ଷିରୀ ପୁରୀ 

କାରଣ ----- ସେ ପରା ନାରୀ ।


ମହାଦେବୀ ସ୍ଥାନରେ ବସେଇ 

ପୂଜାଫୁଲ କଥାରେ ବାକ୍ୟରେ ଚଢ଼େଇ 

ମହାରାଣୀ ଆସ୍ଥାନରେ ମୁଣ୍ଡେଇ

ଶୁଷ୍କ ମରୁମୟତା ମମତାର ମୁକୁଟ ପିନ୍ଧେଇ

କେତେକାଳ ଠକେଇ ଭଣ୍ଡେଇ 

ଦେଇଯାଅ ମେଞ୍ଚା ମେଞ୍ଚା ଯନ୍ତ୍ରଣା

ମଥାପାତି ସହି ନେବି ଅନ୍ତରେ ଆଦରି 

କାରଣ ------- ସେ ପରା ନାରୀ ।


ସହଗାମିନୀ ସହଯାମିନୀ ସୁଦକ୍ଷ ନାଉରୀ

ଅଭିମାନେ କୃଦ୍ଧ ତରବାରୀ

ପ୍ରତ୍ୟାଖାନେ ମୂର୍ଖ ମୁଖରୀ 

ମନେରଖ

ଦୁଇ ଟୋପା ଲୁହ ତର୍ପଣରେ

 ବଳକା ଆୟୁଷ ଧୋଇଯାଏ

ପରିବାର ଶାଖା ପ୍ରଶାଖାରେ ମେଲେଇଥାଏ

ଖୁସିଫୁଲରେ ପେନ୍ଥେଇଯାଏ

ଶାନ୍ତିଫଳରେ ଚହଟୁଥାଏ

ସେ ଯୁଗେ ଯୁଗେ ପ୍ରଜ୍ଞା ପ୍ରହରୀ 

କାରଣ ----- ସେ ପରା ନାରୀ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational