ପ୍ରେମିକ
ପ୍ରେମିକ
ଚୁମା ମାଗିଲି
ଦେଲ ଛୁରୀ
ମାଗି ଥିଲି ଛୁରୀ
ଦେଇ ଥିଲ ପ୍ରେମ
ପୋଛି ଦେବାକୁ
ସବୁ ଗୋପନ ଇତିହାସ
ଚିଠି ଲେଖିଚ
ପାହାଡ଼ଂକୁ / ଝରଣାଂକୁ /ଫୁଲଂକୁ
ଓ ଜହ୍ନକୁ
ଆମେ ମାନେ ସେଦିନ ନିଷ୍ପତ୍ତି ନେଇ ଥିଲୁ
ପ୍ରେମିକା ମାନଂକ ପ୍ରିୟତମ ଜିନିଷ ସବୁ
ଉଭାନ଼ କରି ଦେବାକୁ
ଯାହା ପାଇଁ ଲୋଡ଼ା ଛୁରୀ
ତାହା ଆଣି ବାକୁ ହେବ
କେବଳ ପ୍ରେମିକା ମାନଂକ
ଠାରୁ

