ପ୍ରେମ ସଂଗ୍ରାମୀନି
ପ୍ରେମ ସଂଗ୍ରାମୀନି
ଅନୁଭୂତି ଏଇ ଶ୍ରାବଣ ପ୍ରୀତିରେ, ଭାସିଯାଏ ସ୍ନେହ ରାଶି
ଉଲ୍ଲାସିତ ତୋମ ପ୍ରେମର ରଙ୍ଗରେ, ଭରିଯାଏ ମନେ ଖୁସି,
ନୟନରେ ତୋମ କୋମଳ କୁହୁଡ଼ି, ଆବରଣ ହୁଏ ଢ଼ାଙ୍କି
ହୃଦୟରେ ମୋର ପ୍ରେମର ଗାଲିଚା, ଆପେ ହୋଇଯାଏ ଆଙ୍କି
ଗଗନର ଏଇ ନିଆରା ସ୍ମୃତିରେ, ରଜନୀ ଯାଏ ଚହଟି
ପଲକର ସେହି ଲାବନ୍ୟା ରୂପରେ, ପବନ ଯାଉଛି ପିଟି,
ତୋମରି ସାଥିରେ ତୋମରି ସ୍ମୃତିରେ, କାଟି ଯାଉ ମୋର ରାତି
ସ୍ନେହମଯୀ ତୋମ ପଲକ ଧାରରେ, ହୃଦୟ ଗାଉଛି ଗୀତି ।
ରଙ୍ଗବେରଙ୍ଗର ଧରଣୀ ଛାତିରେ, ରହିଛି ମଧୁର ଶାନ୍ତି
ତୋମଠୁ ଅଲଗା ହେବା କଥା ଭାବି, ଭରିଯାଏ ମନେ କ୍ଲାନ୍ତି,
ନିଆରା ଢଙ୍ଗରେ ପ୍ରେମର ରଙ୍ଗରେ, ଝରୁଥାଉ ହସ ଖୁସି
କୁହୁଡ଼ି ଭିତରୁ କେହି ଜଣେ ଆସି, ଚାଲିଯାଏ ଟିକେ ହସି ।
ସାଗର ମଝିରେ ସାମୁକା ଗର୍ଭରେ, ଲୁଚି ଅଛି ସିନା ମୋତି
ନୂତନ ଜୀବନ ଆରମ୍ଭ ରୀତିରେ, ସାଇତିଛି କିଛି ସ୍ମୃତି,
ପ୍ରଜାପତି ଟିଏ ଫୁଲର ଉପରେ, ଆନନ୍ଦରେ ଅଛି ବସି
ସବୁ ସପ୍ନ ମୋର ଅଧା ରହିଯାଏ, ତୋମେ ଯାଅ ଯେବେ ରୁସି।
ଜୀବନର ଏଇ ଅଜଣା ବାଟେରେ, ତୋମେ ହି ଏକା ମୋ ସାଥି
ଅଧା ଗପ ପରି ଲାଗେ ସିନା ଆଜି, ଲିଭିଲେ ମନର ଜ୍ୟୋତି,
ମନର ମନ୍ଦିରେ ରଜନୀ ପ୍ରାନ୍ତରେ, ଡାକେ ଯେବେ ପ୍ରେମ ପକ୍ଷୀ
ବିଶ୍ବାସ ପ୍ରେମର ପ୍ରଥମ ସୋପାନ, ହୃଦୟ ତାହାର ସାକ୍ଷୀ।
ସ୍ବାର୍ଥ ସାଧନାର ଚରମ ସୀମାରେ, ପ୍ରାଣ ଯାଏ ଆଜି ଥକି
ମିଥ୍ଯା ଅପମାନ ନୀରବ ମନରେ, ଭରିଯାଏ ମୋର ଆଖି,
ସରହ ସୁନ୍ଦର ଚରିତରେ ମୋର, ଲିଭି ଯାଏ ପ୍ରାଣ ଦୀପି
ବଦନରେ ତୋମ ମୋହମର ଧାର, ଆପେ ହୋଇଯାଏ ଲେପି।
ସଂସାର ଡରରେ ବାନ୍ଧି ଅଛି ସିନା, ମନର ଭାବ ସମିତି
ଯେତେ ଲେଖିଲେ ବି ଅନ୍ତ ହେଉ ନାହିଁ, କେମିତି କରିବି ଇତି,
ମୁହିଁ ଯେ ଅଟଇ ପ୍ରେମ ସଂଗ୍ରାମୀନି, ବିବିଧ ରଙ୍ଗେ ସମୃଦ୍ଧି
ଅପାର ଆନନ୍ଦ ତ୍ଯାଗ କରି ଯେବେ, ପ୍ରାପ୍ତ କଲି ମୁଁହିଁ ସିଦ୍ଧି।
ସକଳ ଜଗତେ ବହିଃ ପ୍ରାଙ୍ଗଣରେ, ଲିଭି ଯାଉ ଶେଷ ଜ୍ୟୋତି
ହତାଶ ହୃଦୟେ ଦିଗ୍ଧ ରଙ୍ଗ ମଞ୍ଚେ, ଆସେନାହିଁ କେବେ ତୃପ୍ତି,
ହେ ସଂଗ୍ରାମୀନି ମଧୁର ଗାମୀନି, ତୁମେ ମୋର ସୁଖ ଶାନ୍ତି,
ନୂପୁର ପୟରେ ବାନ୍ଧିବାକୁ ଆଉ, ମନେ ଆସେ ନାହିଁ ଶାନ୍ତି।