STORYMIRROR

Sunil Kumar Das

Romance

2  

Sunil Kumar Das

Romance

ପ୍ରେମ ରଙ୍ଗ

ପ୍ରେମ ରଙ୍ଗ

1 min
3.2K

ପ୍ରେମ ରଙ୍ଗ ଏଠି ନାଲି ନା ଗୋଲାପି ହଳଦୀ ସବୁଜ ଧଳା

ଏ ପ୍ରେମ କା ଲାଗି ରକ୍ତିମ ଗୋଲାପ କା ପାଇଁ କଜ୍ୱଳ କଳା

ନହୁଲି ବୟସେ ଚହଲା ପବନ ତୋଳି ଦିଏ ଶିହରଣ

ଲୁଚି ଲୁଚି ମଧୁ ଚୋରାଏ ମଧୁପ ଦେଇ ମିଠା ଗୁଞ୍ଜରଣ

ହଳଦୀ ରଙ୍ଗରେ ହଳଦୀ ବସନ୍ତ ରଙ୍ଗାଇ ଦିଏ ଏ ତନୁ

କୁହୁକୁହୁ ତାନ ପ୍ରେମର ଆଳାପ ପାଶୋରି ହୁଏନା ମନୁ

ଦିଗହରା ମନ ସ୍ୱପ୍ନରେ ବିଭୋର ବୈଶାଖ ଲାଗେ ବସନ୍ତ

ପ୍ରେମ ରଙ୍ଗ ଯେବେ ଲାଗିଯାଏ ଦେହେ ଝାଞ୍ଜି ବି ଲାଗଇ ଶୀତ

ଋତୁ ସଙ୍ଗେ ରଙ୍ଗ ଯାଏତ ବଦଳି ସମୟ ସ୍ରୋତରେ ଦିନେ

ପ୍ରୀତି ଫଗୁଣ ବି ବିରହ ବେଦନା ଦେଇଥାଏ ନିଶ୍ଚେ ମନେ

ଶସ୍ଯ ଶ୍ୟାମଳା ଏ ସବୁଜ ରଙ୍ଗ ଟା ଦିଶେ ସିନା ମନୋହର

ଦୁଇ ପ୍ରେମୀ ମନ ସବୁଜ ହୋଇଲେ ପ୍ରୀତିର ଆସେ ଜୁଆର

ସ୍ୱାର୍ଥ ଭିଜା ପ୍ରେମ କଳଙ୍କ କାଳିମା ବୋଳିଦିଏ ହ୍ରୁଦୟରେ

ଯା ପାଇଁକି ପ୍ରେମ ହୁଏ ବଦନାମ ଛନକା ପଶେ ଛାତିରେ

ପ୍ରେମ ଯେ ପବିତ୍ର ସ୍ନିଗ୍ଧ ଓ ଶାଶ୍ୱତ ଯା ମହିମା ହୁଏ ଗାନ

ସେଇ ପ୍ରେମ ରଙ୍ଗ ଶୁଭ୍ର ସତେଜତା ଯେମିତି ପୁନେଇଁ ଜହ୍ନ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance