STORYMIRROR

Sunil Kumar Das

Tragedy

4  

Sunil Kumar Das

Tragedy

ପ୍ରତାରଣା

ପ୍ରତାରଣା

1 min
357

କି ପାପ ମୁଁ କରି ଥିଲି

କାହିଁ ମତେ ଜଳାଇ ମାରୁଛ

ମିଛେ ମିଛେ ଭଲପାଇ

ସ୍ୱାର୍ଥ କୁ ହାତେଇ ନେଇ

ଏବେମତେ ଦୂରେଇ ଦେଉଛ

ପରଶି ନଥିଲି କେବେ

ତୁମ ସ୍ନେହପତରରେ

ପୀରତୀ ପ୍ରସାଦ

ବାନ୍ଧିନିମୁଁ ମନେ ଆଶା

ହେବାପାଇଁ ଲୋକହସା

ଅବାକେବେ ଦେବା ପାଇଁ

ମିଛ ଅପବାଦ

ମାଗିନଥିଲି ତୁମକୁ

ସ୍ନେହ ପ୍ରେମ ମମତା ରୁ

କାଣିଚାଏ ଦିଅ

ଭେଟିନାହିଁ ନଈ କୂଳେ

ଅବା ମୁହଁ ସଞ୍ଜବେଳେ

ଇଶାରା ବି ଦେଇ ନାହିଁ

ମତେଭଲପାଅ

ଯାଚିଦେଲ ଉପହାର

ଡେଇଁବାକୁ ମୋ ଏରୁଣ୍ଡି

ଅଳତା ପାଦରେ

ସବୁକଥା ଭୁଲିଗଲ

ସାତପର କରିଦେଲ

ଦେଇଗଲ ଅଯାଚିତ

ଦୁଃଖ ହ୍ରୁଦୟରେ

ଆସିଥିଲ ମୋ ଜୀବନେ

ଭରିବାକୁ ରଂଗ ସାଜି

ରୂପସୀ ଫଗୁଣ

ଚାଲିଗଲ ଝଡହୋଇ

ଥିଲା ଯାହା ଗଲ ନେଇ

ବିଧ୍ୱସ୍ତ ବେଳାଭୂମିରେ

ଝୁରେମୋ ପରାଣ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy